ରେସୱା ସ୍ୱାଧାର ଗୃହ ପରିସର ସାନିଟାଇଜ ହେଲା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ସହରର ମନକରପୁରସ୍ଥିତ ରେସୱା ସ୍ୱଧାର ଗୃହ ପରିସରକୁ ଆଜି ସାନିଟାଇଜ କରାଯାଇଛି।ସହକାରୀ ଅଗ୍ନିଶମ ଅଧିକାରୀ ବୀରଭଦ୍ର ଟୁଡୁଙ୍କ ନେତୃତ୍ୱରେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ରସାୟନିକ ମିଶ୍ରଣ ସଂଚନକରି ରେସୱା ସ୍ୱଧାର ଗୃହ ପରିସରକୁ ସାନିଟାଇଜ କରିଛନ୍ତି । ଏଥିସହିତ ମନକରପୁରସ୍ଥିତ ମଦ୍ରାସା ସମସୁଲ ଓଲୁମ ଓ ମସଜିଦ ହବିବ ପରିସରକୁ ମଧ୍ୟ ସାନିଟାଇଜ କରାଯାଇଥିଲା । ସମାଜସେବୀ ଲିଆକତ ହୁସେନଙ୍କ ସମେତ ମସଜିଦର ମୈାଲାନା ହାକିମ ସାହାବ ଓ ମଦ୍ରାସାର ଶିକ୍ଷକ ସେକ ଇସରାର ପ୍ରମୁଖ ସାନିଟାଇଜ କରିବାରେ ସହଯୋଗ କରିଥିଲେ ।


