ରୋଗୀମାନଙ୍କୁ ଫଳ ବଣ୍ଟନ
ନିମାପଡା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ନିକଟସ୍ଥ ଓରପଟ ଗ୍ରାମର ସମାଜସେବୀ ତଥା ଅବସରପ୍ରାପ୍ତ ଶିକ୍ଷକ ଲଷ୍ମୀଧର ମହାନ୍ତି ଙ୍କ 88 ତମ ଜନ୍ମଦିନ ଅବସର ରେ ଆଜି ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା ହେଉଥିବା ସମସ୍ତ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା l ଲଷ୍ମୀଧର ଙ୍କ ପୁଅ ପ୍ରଦୀପ କୁମାର ମହାନ୍ତି, ଦିଲ୍ଲୀପ କୁମାର ଦାସ, ପ୍ରଶାନ୍ତ ବେହେରା, କୃଷ୍ଣଚନ୍ଦ୍ର ରାଉତ, କ୍ଷୀରୋଦ ନାୟକ,ମହେନ୍ଦ୍ର ନାୟକ ଓ ମହେଶ ମହାପାତ୍ର ପ୍ରମୁଖ ରୋଗୀ ମାନଙ୍କୁ ଫଳ ବଣ୍ଟନ କରିଥିଲେ l ଫଳ ପାଇଥିବା ରୋଗୀମାନେ ଶ୍ରୀ ମହାନ୍ତି ଙ୍କ ଦୀର୍ଘମୟ ଜୀଵନ କାମନା କରିଥିଲେ l