ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ତରଫରୁ ଦୂଇଗୋଟି ସ୍ବାଭିମାନ କେନ୍ଦ୍ର ଉଦଘାଟିତ

ଛତ୍ରପୁର,(ଦେବଦତ୍ତ ମହାରଣା): ରୋଟାରୀ କ୍ଳବ ବ୍ରହ୍ମପୁର ଇଷ୍ଟ ତରଫରୁ ଦୂଇଗୋଟି ସ୍ବାଭିମାନ କେନ୍ଦ୍ର ଉଦଘାଟିତ ଅବସରରେ ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ଛତ୍ରପୁର ବ୍ଳକ ଅନ୍ତର୍ଗତ ସୁନ୍ଦର ପୁର ଓ ଭିକାରୀ ପଲ୍ଲୀ ପଞ୍ଚାୟତର ନୂଆଁପଲ୍ଲୀ ଗ୍ରାମରେ ୨ଟି ସ୍ବାଭିମାନ (ପ୍ରୌଢ ଶିକ୍ଷା) କେନ୍ଦ୍ର ଉଦ୍ଘାଟନ ହୋଇ ଯାଇଛି । ନୂଆ ପଲ୍ଲୀ କେନ୍ଦ୍ର ଟି ଗ୍ରାମର ସଭାପତି ରଘୁନାଥ ଗୌଡ ଉଦ୍ଘାଟନ କରିଥିବା ବେଳେ ସୁନ୍ଦର ପୁର ମାଝୀଡିହ ସାହିରେ ସମିତି ସଭ୍ୟା ସୁକାନ୍ତି ବେହେରା ଓ ସରପଞ୍ଚ ସସ୍ମିତା ମହାଙ୍କୁଡ ଉଦ୍ଘାଟନ କରିଥିଲେ । ଉଭୟ କେନ୍ଦ୍ରରେ ଅନ୍ୟୁନ ୨୫ ଜଣ ଲେଖାଏଁ ସ୍ବେଚ୍ଛାସେବୀ ଶିକ୍ଷକ ମାନେ ଶିକ୍ଷାଦାନ କରିବାପାଇଁ ବ୍ୟବସ୍ଥା କରାଯିବ । କ୍ଳବର ସଭାପତି ରଞ୍ଜିତ କୁମାର ପାତ୍ର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଭୟ ଉଦ୍ଘାଟନ ଉତ୍ସବରେ ସଂପାଦକ ରାଜୁ ମହାରଣା ସ୍ବାକ୍ଷରତା ଦିବସର ଆଭିମୁଖ ବିଷୟରେ ସଚେତନତା ବାର୍ତ୍ତା ଦେଇଥିବା ବେଳେ କ୍ଳବର ସ୍ବାକ୍ଷରତା କମିଟିର ଚେୟାରମ୍ୟାନ୍ ଅରୁଣ ଚାନ୍ଦ ଦାଶ ସମାଜରେ ଶିକ୍ଷିତ ବ୍ୟକ୍ତିଙ୍କ ସ୍ଥାନ ଓ ମର୍ଯ୍ୟାଦା ଉପରେ ଆଲୋକପାତ କରିଥିଲେ । ନୂଆ ପଲ୍ଲୀ ଜୟ ହନୁମାନ ସ୍ବାଭିମାନ କେନ୍ଦ୍ରରେ ସ୍ବେଚ୍ଛାସେବୀ ଶିକ୍ଷକ ରୂପେ ସୁଶାନ୍ତ ସେଠୀ ଦାୟିତ୍ୱ ନେଇ ଥିବା ବେଳେ ସୁନ୍ଦର ପୁର ସୁରେଶ୍ୱର ସ୍ବାଭିମାନ କେନ୍ଦ୍ରରେ ଅନିଲ୍ କୁମାର ବିଷୋୟି ଦାୟିତ୍ୱ ନେଇଥିଲେ। ସୁନ୍ଦରରେଶ୍ୱର ନୋଡାଲ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଜନାର୍ଦନ ଶତପଥୀ ଉଭୟ କେନ୍ଦ୍ରର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ରଘୁନାଥ ଗୌଡ, ବୁଡୁ ଗୌଡ, ସୁଶୀଳା ନାୟକ, ଅଙ୍ଗନୱାଡି କର୍ମୀ ସୁଜାତା ଗୌଡ ପ୍ରମୁଖ କେନ୍ଦ୍ରର ସୁପରିଚାଳନା ପାଇଁ ପ୍ରତିଶ୍ରୁତି ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ