କୋରନାରେ ମୃତ୍ୟୁ ହୋଇଥିବା ପୋଲିସ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା

ଛତ୍ରୁପୁର,(ଦେବଦତ୍ତ ମହାରଣା): ଗଞ୍ଜାମ ପୋଲିସ ଜିଲ୍ଲାରେ କୋଭିଡ୍-୧୯ ବେଳେ କାର୍ଯ୍ୟରତ ବେଳେ କୋରନାରେ ସଂକ୍ରମିତ ହୋଇ ତିନି ଜଣ ପୋଲିସ କର୍ମଚାରୀ ସହୀଦ୍ ହୋଇଥିଲେ । ନିଜ ଦାୟିତ୍ୱ ତୁଲାଉଥିବା ବେଳେ ମୃତ୍ୟୁ ବରଣ କରିଥିବା ତିନି ଜଣ କରୋନା ଯୋଦ୍ଧା ହେଲେ ଜିଲ୍ଲାର ଆସିକା ଥାନା ଅନ୍ତର୍ଗତ କୋଟିନାଡ଼ା ପୋଲିସ ଫାଣ୍ଡିରେ କାର୍ଯ୍ୟରତ କର୍ମଚାରୀ ଗୋଲେଖ ନାୟକ, ଭଞ୍ଜନଗର କୋର୍ଟରେ କାର୍ଯ୍ୟରତ କର୍ମଚାରୀ ରବିନ୍ଦ୍ର ନାଥ ବେହେରା ଓ ତାରସିଂ ଥାନାରେ କାର୍ଯ୍ୟରତ କର୍ମଚାରୀ ଶିବରାମ ଦାସ । କୋଭିଡ୍ ପରିଚାଳନା କରୁଥିବା ବେଳେ ନିଜ ସଂକ୍ରମିତ ହୋଇଥିବା ବେଳେ ଗୋଲେଖ ଜୁଲାଇ ମାସ ୧୧ ତାରିଖ , ଶିବରାମ ଅଗଷ୍ଟ ମାସ ୩ ତାରିଖ ଓ ରବିନ୍ଦ୍ର ନାଥ ଜୁଲାଇ ମାସ ୨୪ ତାରିଖରେ ଚିକିତ୍ସା ଦିନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ଆର୍ଥିକ ସହାୟତା ଘୋଷଣା ହୋଇଥିଲା ସେଗୁଡ଼ିକୁ ତାଙ୍କ ପରିବାର ବର୍ଗଙ୍କୁ ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ପ୍ରଦାନ କରିଛନ୍ତି । ସହୀଦ ହୋଇଥିବା ପୋଲିସ କର୍ମଚାରୀଙ୍କ ପରିବାରକୁ ୬୦ ବର୍ଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦରମା ବା ପେନସନ ପ୍ରଦାନ ,ଏହାସହ ସର୍ବାଧିକ ଗ୍ରାଚୁଟି ଟଙ୍କା ପ୍ରାୟ୧୫ ଲକ୍ଷ ,ଗ୍ରୁପ୍ ଇନସୁରାନସ ଓ ଗଞ୍ଜାମ ଜିଲ୍ଲା ୱେଲଫର ଫଣ୍ଡରୁ ଏକ ଲକ୍ଷଟଙ୍କା ପ୍ରଦାନ କରାଯାଇଥିବା ବେଳେ ପ୍ରତ୍ୟେକ ପରିବାର ଲୋକଙ୍କୁ ପାଖାପାଖି ୨୩ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ସୂଚନା ଦେଇଛନ୍ତି । ଏହାଛଡ଼ା ରାଜ୍ୟ ସରକାରଙ୍କ ପକ୍ଷରୁ ଅନ୍ୟ ସହାୟତା ରାଶି ମଧ୍ୟ ପର୍ଯ୍ୟାୟକ୍ରମେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି । ଏହି ଅବସରରେ ତିନି ଜଣ ସହୀଦ କର୍ମଚାରୀଙ୍କୁ ଜିଲ୍ଲା କାର୍ଯ୍ୟାଳୟରେ ଏସପି ନିଜେ ଉପସ୍ଥିତ ରହି ଆର୍ଥିକ ସହାୟତା ଯୋଗାଇ ଦେଇଥିବା ବେଳେ ପ୍ରବେସ ନାରୀ ଆଇପିଏସ ଅଫିସର ଆର.ରାଙ୍ଗମବେନ୍ଦ୍ର,ଏସପି ଠାକୁର ପ୍ରସାଦ ପାତ୍ର, ଅଶୋକ କୁମାର ମହାନ୍ତି ଓ ବିଜୟ କୁମାର ମଲ୍ଲିକ, ଡ଼ିଏସପି ଉତ୍କଳ ଦାଶ ଓ ଅଜୟ କୁମାର ମିଶ୍ର, ଆସିଷ୍ଟାଣ୍ଡ ମାନସ ରଞ୍ଜନ ମହାନ୍ତି ଏ.ରାବଣା ରାଓ ଙ୍କ ସମେତ ବହୁ ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ