ଲାଲ ବାହାଦୂର ସରକାରୀ ନୋଡାଲ ଉଚ୍ଚ ଶିକ୍ଷାଶ୍ରମ ପୁରାତନ ଛାତ୍ରସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ଗ୍ରାମପଞ୍ଚାୟତର ମେହେନ୍ଦିପୁରସ୍ଥିତ ଲାଲ ବାହାଦୂର ସରକାରୀ ନୋଡାଲ ଉଚ୍ଚ ଶିକ୍ଷାଶ୍ରମ ଓ ପୁରାତନ ଛାତ୍ରସଂସଦର ମିଳିତ ଆନୁକୂଲ୍ୟରେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଦିବାକର ଜେନାଙ୍କ ବିୟୋଗରେ ଏକ ସ୍ମୃତିସଭା ଶିକ୍ଷାଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାଶ୍ରମର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ପୁରାତନ ଛାତ୍ରସଂସଦ ସଭାପତି ହେମନ୍ତ କୁମାର ଜେନା, ଉପସଭାପତି ବିଜୟ କୁମାର ଦାସ, ସମ୍ପାଦକ ହିମାଂଶୁ ଭୂଷଣ ରାଉତ, ପୁରାତନ ଛାତ୍ର ପ୍ରତାପ ବିଶ୍ୱାଳ, ଶୁଭାଂଶୁ ଦାସ, ସୁଧାଂଶୁ ଷଡଙ୍ଗୀ, ଅରବିନ୍ଦ ମହାନ୍ତି, ଶ୍ରୀବତ୍ସ ନାୟକ, ଗୋପବନ୍ଧୁ ନାୟକ, ସତ୍ୟପ୍ରିୟ ଦାସ, ପୂର୍ବତନ ପ୍ରଧାନ ଶିକ୍ଷକ ବାଇଧର ରାଉତ, ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ପଣ୍ଡାଙ୍କ ସମେତ ଶିକ୍ଷାଶ୍ରମର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ବହୁ ପୁରାତନ ଛାତ୍ରମାନେ ଯୋଗଦେଇ ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଜେନାଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


