ଦୁଇ ସନ୍ତାନକୁ ଛାଡି ଯୁବକ ସହିତ ଫେରାର ହେଲେ ମହିଳା
ହାଟଡିହି, (ବିକାଶ ବିଶ୍ୱାଳ) :-ଟୁଙ୍ଗରୁ ଭୋଳକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଥିବାବେଳେ ଏପରି ଏକ ଘଟଣା ନନ୍ଦିପଦା ଥାନା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଦୁଇଟି ସନ୍ତାନର ମହିଳା ଜଣକ ନିଜର ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁଇ ଛୁଆଙ୍କୁ ଛାଡି ଜଣେ ୨୭ବର୍ଷୀୟ ଯୁବକକୁ ନେଇ କେଉଁଆଡେ ଫେରାର ହୋଇଯାଇଛନ୍ତି । ମହିଳାଙ୍କ ପରିବାର ଲୋକେ ଅନେକ ସ୍ଥାନରେ ଖୋଜାଖୋଜି କରୁଥିଲେ ମଧ୍ୟ ମହିଳାଙ୍କ ସନ୍ଧାନ ପାଇପାରି ନଥିବା ଜଣାଯାିଛି । ଏନେଇ ନନ୍ଦିପଦା ପୁଲିସରେ କୌଣସି ଅଭିଯୋଗ ହୋଇ ନଥିବା ଥାନା ଅଧିକାରୀ କହିଛନ୍ତି ।


