ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ଆମେତ ଭାଗ୍ୟ  ବାନ୍‌ ପିଲାରେ କାର୍ଯ୍ୟକ୍ରମ

ଛତ୍ରପୁର: ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ ପବିତ୍ର ଶିଶୁ ଦିବସ ଉପଲକ୍ଷେ ସ୍ଥାନୀୟ ଶିବରାମ ପଟ୍ଟନାୟକ ରିଡିଂରୁମ ପରିସରରେ ଆମେତ ଭାଗ୍ୟବାନ ପିଲାରେ ଶିର୍ଷକ ଏକ କାର୍ଯ୍ୟକ୍ରମ ଡାଇରେକ୍ଟର ପ୍ରଶାନ୍ତ କୁମାର ପଟ୍ଟାନୟକଙ୍କ ଅଧ୍ୟକ୍ଷତାରେ ମହାଆଡମ୍ବର ସହକାରରେ ପାଳନ କରାଯାଇଛି । ଏଥିରେ ବରିଷ୍ଠ ସାମ୍ବାଦିକ ପ୍ରକାଶ ପଟ୍ଟନାୟକ ମୁଖ୍ୟ ଅତିଥୀ ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବାସହ ଆଜି ଶିଶୁ କାଲିର ଭବିଷ୍ୟତ ଏବଂ ଶିଶୁ ଦିବସ ଉପରେ ଆଲୋକପାତ କରିଥିଲେ । ପବିତ୍ର ଶିଶୁ ଦିବସ ଅବସରରେ କୁନି କୁନି ଶିଶୁ ମାନଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ସମ୍ମନୀତ ଅତିଥୀ ଭାବେ ଯୁବ ସମାଜସେବୀ ତଥା ଛତ୍ରପୁର ଯୁବ ପ୍ରତିଭା ସୁଧୀର କୁମାର ପଟ୍ଟନାୟକ ଯୋଗଦେଇ କଳାତ୍ମକ କାର୍ଯ୍ୟକ୍ରମର ବିକାଶ କରି ଚାଲିଥିବାରୁ ଅନୁଷ୍ଠାନକୁ ପ୍ରଶଂସା କରିଥିଲେ । ଲିଟିଲ ଡାଇମଣ୍ଡ ଡ୍ୟାନ୍ସ ଷ୍ଟୁଡିଓ ଓ ସାଇ ନୃତ୍ୟ ଏକାଡେମୀ କୁନି କୁନି ଛାତ୍ରଛାତ୍ରୀ ମାନେ ବିଭିନ୍ନ ଭାଷାରେ ଆଜି ର ଦିବସ ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । ଡ୍ୟାନ୍ସ ଷ୍ଟୁଡିଓ ପକ୍ଷରୁ କୁନି କୁନି ନୃତ୍ୟ କଳାକାର ମାନେ ବିଭିନ୍ନ ପ୍ରକାର ନୃତ୍ୟ ପରିବେଶଣ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସାଇ ନୃତ୍ୟ ଏକାଡେମୀ ର ମଧୁସ୍ମିତା ପଟ୍ଟନାୟକ , ଲିଟିଲ ଡାଇମଣ୍ଡ ଷ୍ଟୁଡିଓ ର ନୃତ୍ୟ ଗୁରୁ ସମୀର କୁମାର ବେହୋର ଓ ଏମ୍‌.ରବିନ୍ଦ୍ର ରେଡ୍ଡୀ ସହଯୋଗ କରିଥିଲେ । ପ୍ରାରମ୍ଭ ଅନୁଷ୍ଠାନ ପକ୍ଷରୁ ଅତିଥୀ ମାନଙ୍କୁ ଫୁଲ ଚନ୍ଦନ ଦେଇ ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ