ଲେବର କାର୍ଡ ନାମରେ ପ୍ରବାସୀ ଶ୍ରମିକଙ୍କୁ ଶୋଷଣ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଲେବର କାର୍ଡ ନାମରେ ପ୍ରବାସୀ ଶ୍ରମିକ ମାନଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । କରୋନା ପରିସ୍ଥିତିରେ ରାଜ୍ୟ ସରକାର ପ୍ରବାସୀ ମାନଙ୍କୁ ଲେବର କାର୍ଡ ଯୋଗାଇ ଦେବାର ବ୍ୟବସ୍ଥା କରିଛନ୍ତି । ଏଥିନେଇ ପ୍ରତି ପଞ୍ଚାୟତରେ ପ୍ରବାସୀ ମାନେ ଲେବର କାର୍ଡ ପାଇଁ ଆବେଦନ କରୁଛନ୍ତି । ଏପରିସ୍ଥଳେ ଗଣିଜାଙ୍ଗ ବଜାର, ରୁୁପୁଡି, ବେଲଦା, ହାସିନପୁର ଆଦି ସ୍ଥାନରେ ଦଲାଲ ମାନେ ଲେବର କାର୍ଡ କରାଇ ଦେବା ନାମରେ ପ୍ରବାସୀ ଶ୍ରମିକ ମାନଙ୍କୁ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଏପରିକି ଦୁଇ ହଜାର ଟଙ୍କା ଦେଲେ ଲେବର କାର୍ଡ ମିଳିବ ବୋଲି ଦଲାଲ ମାନେ କହୁଛନ୍ତି । ଜଣେ ପ୍ରବାସୀ ଶ୍ରମିକଙ୍କୁ ଲେବର କାର୍ଡ କରାଇ ଦେବା ପାଇଁ ୧୮ ଶହ ଟଙ୍କା ମଗାଯାଉଥିବାର ଏକ ଅଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏସଂପର୍କରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ଉତ୍ତର ମିଳିନଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ