ଲେବର କାର୍ଡ଼ର ସମସ୍ୟା ନେଇ ପ୍ରଭାଗୀୟ ଶ୍ରମ ଆୟୁ୍କ୍ତଙ୍କୁ ଭେଟିଲେ ଆଚ୍ଛା ସଂଗଠନ
ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍) ବାଲେଶ୍ୱରରେ ଲେବର କାର୍ଡ କରିବାକୁ ନେଇ ବର୍ତ୍ତମାନ ବିଭିନ୍ନ ସମସ୍ୟା ଉପୁଜୁଛି । ଏହା ଦ୍ୱାରା ସାଧାରଣ ଲୋକଟିଏ ଲେବର କାର୍ଡ କରିବାକୁ ଯାଇ ନୟାନ୍ତ ହୋଇ ଶେଷରେ ଲେବର କାର୍ଡ ପାଇବାରୁ ବଂଚିତ ହେଉଛି । ଏହି ସବୁ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ବାଲେଶ୍ୱର ଅଂଚଳର ଜନସାଧାରଣଙ୍କ ଅନୁରୋଧ କ୍ରମେ ବାଲେଶ୍ୱରରେ ନୂତନ ଭାବେ ଗଢିଉଠିଥିବା ‘ଆଚ୍ଛା’ ସଂଗଠନ ତରଫରୁ ଆଜି ପ୍ରଭାଗୀୟ ଶ୍ରମ ଆୟୁକ୍ତଙ୍କୁ ଭେଟି ନିଜର ଦାବୀଗୁଡିକ ଜଣାଇଛନ୍ତି । ଲେବର କାର୍ଡ଼ ଠିକ୍ ସମୟରେ ହୋଇନାହିଁ କାହିଁକି, ଲେବର କାର୍ଡ଼ ଲାଗି କାହିଁକି ୟୁନିୟନ ପଇସା ନେଉଛି, ଲେବର କାର୍ଡ଼ ଧାରୀଙ୍କ ପିଲାମାନଙ୍କୁ ଉପଯୁକ୍ତ ସମୟରେ ପାଠପଢ଼ା ପାଇଁ କାହିଁକି ଅର୍ଥ ମିଳୁନି, ଲେବର କାର୍ଡ଼ ଧାରୀଙ୍କ ମୃତ୍ୟୁପରେ ତାଙ୍କ ପରିବାରକୁ ଠିକ୍ ସାହାର୍ଯ୍ୟ କାହିଁକି ମିଳୁନାହିଁ, ସମୟ ପରେ ସମୟ ଗଡ଼ି •ଲିଛି କନ୍ତୁ କାହାକୁ ଲେବର କାର୍ଡ଼ ମିଳିପାରୁ ନାହିଁ କାହିଁକି, ଲେବର କାର୍ଡ଼ ଧାରୀଙ୍କୁ ସାଇକେଲ୍ ମିଳୁନାହିଁ କାହିଁକି, ନିଜେ ଡି.ଏଲ. ଫାଇଲ କଲାପରେ କାହିଁକି ଡି.ଏଲ. କହୁଛନ୍ତି ଫାଇଲ ପାଉନାହାନ୍ତି, ୧୫ ଦିନ ମଧ୍ୟରେ ଲେବର କାର୍ଡ଼ ହେବା କଥା କନ୍ତୁ ୬ ମାସ ବିତିଗଲା ପରେ ବି ଲେବର କାର୍ଡ଼ ମିଳୁନାହିଁ କାହିଁକି? ଉକ୍ତ ପ୍ରଶ୍ନର ସଠିକ୍ ଓ ଆତ୍ମସନ୍ତୋଷ ଜନିତ ଉତ୍ତର ଦେବା ସଙ୍ଗେ ସଙ୍ଗେ ଉକ୍ତ ଦାବୀ ସବୁ କେତେ ଦିନ ମଧ୍ୟରେ ପୂରଣ କରିବେ ସେ ବାବଦରେ ଏକ ଦାବୀପତ୍ର ଡ଼ି.ଏଲ୍.ସି. ଶ୍ରୀ ଘାସିରାମ ଟୁଡୁଙ୍କୁ ‘ଆଚ୍ଛା’ ସଂଗଠନ ତରଫରୁ ଦିଆଯାଇଅଛି । ଉକ୍ତ ଦାବୀ ପତ୍ର ଉପରେ ଦୃଷ୍ଟି ଦେଇ ଯଥାଶୀଘ୍ର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡ଼ି.ଏଲ୍.ସି. ଶ୍ରୀ ଘାସିରାମ ଟୁଡୁ ପ୍ରକାଶ କରିଛନ୍ତି । ଏଥିରେ ସଂଗଠନର ସଭାପତି ବିସ୍ମିତ ରନ ଦାସ, ସମ୍ପାଦକ ରଣଜିତ୍ କୁମାର ପୃଷ୍ଟି, ଆବାହକ ଅଜୟ କୁମାର ନାୟକ, ଉପଦେଷ୍ଟା କାର୍ତ୍ତିକ ମାଝୀ, ସରିତା ସାହୁ, ଉପସଭାପତି ପ୍ରକାଶ ମହାନ୍ତି, ବିନୋଦ କୁମାର ମାଝୀ, କଷାଧ୍ୟକ ଦୀପକ ନାଥ, ସଂଯୋଜକ ଦିପୁ ରାଉତ, ରାକେଶ ସିଅଳ, ଅଜିତେଶ ଜେନା, ଉର୍ମିଳା ବେହେରା, ଜୟନ୍ତୀ ମଲ୍ଲିକ, ଅନୁଶୟା ମାଇତି, ମମତା ବେହେରା, ଶୁଭ୍ରଶେଖର ପାତ୍ର, ହେମନ୍ତ ଘଡ଼େଇ, ଅଗଣି ଘଡ଼େଇ, ଗୌରୀ ଶଙ୍କର ଚୌଧୁରୀ, ରୀନା ସିଂ, ଲକ୍ଷ୍ମୀ ସିଂ, ସପନ ସିଂ, ସୁବାଶିନି ବେହେରା, କନକ ରଙ୍ଗ, ଖଗେଶ୍ୱର ରଙ୍ଗ, ସୁଶିଳା ଶଙ୍ଖୁଆ, ଶମ୍ଭୁ ସିଂ, ଅର୍ଚ୍ଚନା ଦାସ, ଗଣେଶ ସାହୁ, ଉର୍ମିଳା ଜେନା ପ୍ରଭୃତି ଶତାଧିକ ଜିଲ୍ଲାବାସୀ ଉପସ୍ଥିତ ଥିଲେ ।