ଲୋକଙ୍କ ମନରେ ଆଶା ଜଗାଉଛି ମୁସ୍କୁରାୟେଗା ଇଣ୍ଡିଆ
ଅକ୍ଷୟ କୁମାର, ଆୟୁଷ୍ମାନ ଖୁରାନା, ଟାଇଗର ଶ୍ରଫ, କାର୍ତ୍ତିକ ଆର୍ୟନ, ଅନନ୍ୟା ପାଣ୍ଡେ, କ୍ତି ସାନନ, ରାଜକୁମାର ରାଓ ଓ ତାପସୀ ପନ୍ନୁଙ୍କ ଭଳି ବଲିଉଡ ସେଲିବ୍ରିଟି ତାଙ୍କର ନୂଆ ଗୀତ ‘ମୁସ୍କୁରାୟେଗା ଇଣ୍ଡିଆ’ ମାଧ୍ୟମରେ ଲୋକଙ୍କ ମନରେ ଆଶାର କିରଣ ଆଣିଦେଇଛନ୍ତି। ଏହି ଗୀତ ମାଧ୍ୟମରେ କୋରୋନା ଭାଇରସ ସହିତ ଲଢ଼ୁଥିବା ଲୋକଙ୍କ ମନୋବଳ ବଢ଼ିବାରେ ସାହାଯ୍ୟ ମିଳିବ। ବିଶାଳ ମିଶ୍ର କଣ୍ଠଦାନ କରିଥିବା ଏହି ଗୀତର ଭିଡିଓଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣରୁ ଆରମ୍ଭ ହେଉଛି। ରକୁଲ ପ୍ରୀତ ସିଂ, ସିଦ୍ଧାର୍ଥ ମାଲହୋତ୍ରା, କ୍ରିକେଟର ଶିଖର ଧୱନ, ଭୂମି ପେଦନକର ମଧ୍ୟ ଏହି ଗୀତରେ ଦେଖିବାକୁ ମିଳୁଛନ୍ତି। ଏହି ଗୀତ ରିଲିଜ ହେବାର ମାତ୍ର ୯ ଘଣ୍ଟାରେ ୟୁଟ୍ୟୁବ୍ରେ ୬ ଲକ୍ଷରୁ ଅଧିକ ଥର ଦେଖାଯାଇ ସାରିଛି। ଅକ୍ଷୟ କୁମାର ଇନଷ୍ଟାଗ୍ରାମରେ ଏହି ଗୀତର ଲିଙ୍କ ଶେୟାର କରି ଲେଖିଛନ୍ତି ଯେ ଆମେ ସମସ୍ତେ ଏକଜୁଟ ହେବାର ଆବଶ୍ୟକତା ରହିଛି। ଏହି ଗୀତକୁ ନିଜ ପରିବାର ଓ ବନ୍ଧୁଙ୍କ ସହିତ ଶେୟାର କରନ୍ତୁ। ଅକ୍ଷୟ କୁମାରଙ୍କ କେପ ଅଫ ଗୁଡ ଫିଲ୍ମ ସହଯୋଗରେ ଜ୍ୟାକି ଭଗନାନୀଙ୍କ ଜଷ୍ଟ ମ୍ୟୁଜିକ ଦ୍ବାରା ମୁସ୍କୁରାୟେଗା ଇଣ୍ଡିଆ ଗୀତ ପ୍ରସ୍ତୁତ କରାଯାଇଛି।