ଲୌହ ପୁରୁଷସର୍ଦ୍ଦାର ପଟେଲଙ୍କଜନ୍ମଜୟନ୍ତୀ ଅବସରରେ ରନ୍ ଫର୍‌ୟୁନିଟି ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଲୌହ ପୁରୁଷସର୍ଦ୍ଦାରବଲ୍ଲଭଭାଇ ପଟେଲଙ୍କଜନ୍ମଜୟନ୍ତୀ ଅବସରରେ ଦେଶ ପାଳୁଛିଜାତୀୟଏକତାଉତ୍ସବ ।ଏହି ପରିପ୍ରେକ୍ଷୀରେଭାରତସରକାରଙ୍କ ଯୁବବ୍ୟାପାର ଓ କ୍ରୀଡ଼ାମନ୍ତ୍ରଣାଳୟ ଦ୍ୱାରା ପରିଚାଳିତନେହେରୁ ଯୁବକେନ୍ଦ୍ର, ଖୋର୍ଦ୍ଧା ପକ୍ଷରୁ ଭୁବନେଶ୍ୱର ସ୍ଥିତ ଘାଟି କିଆଖେଳପଡ଼ିଆଏବଂ ନିକୋ ପାର୍କ ନିକଟଏହି ଦୁଇଟିସ୍ଥାନରୁ ଦେଶର ଅଖଣ୍ଡତା ଓ ଏକତାରକ୍ଷା ପାଇଁରନ୍ ଫର୍‌ୟୁନିଟି ଅର୍ଥାତ୍ ଏକତା ପାଇଁ ଦୌଡ଼କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏଥିରେଶତାଧିକ ଯୁବକମାନେ ସାମିଲ୍‌ହୋଇଥିଲେ ।ବିବିଧତାମଧ୍ୟରେଏକତାହେଉଛିଭାରତରବିଶେଷତା ।ସର୍ଦ୍ଦାର ପଟେଲଙ୍କସ୍ୱପ୍ନର ନବ ନିର୍ମାଣଭାରତ ପାଇଁ ଯୁବକ, ଯୁବତୀମାନେ ଏ ନେଇଯୋଡ଼ିହେବା ନିତାନ୍ତ ଜରୁରୀବୋଲିଯୋଗ ଦେଇଥିବା ଅତିଥିମାନେ ମତ ପ୍ରକାଶକରିଥିଲେ ।କାର୍ଯ୍ୟକ୍ରମରେମୁଖ୍ୟ ଅତିଥି ରୂପେ ଟ୍ରାଇଫେଡ୍‌ରମାର୍କେଟିଂହେଡ୍ ଦେବାଶିଷ ଧଳ, ସମ୍ମାନିତ ଅତିଥି ରୂପେ ଫୁଟବଲ୍‌କୋଚ୍ ଅବିନାଶ ନାୟକ, ଫିଟ୍‌ନେସ୍‌କୋଚ୍‌ଗୋପୀନାଥ ସେଠୀ, ନେହେରୁ ଯୁବକେନ୍ଦ୍ରରଜିଲ୍ଲା ଯୁବ ଅଧିକାରୀ ବିପିନ୍‌କୁମାର ପ୍ରମୁଖଯୋଗ ଦେଥିଲେ ।ଉକ୍ତରନ୍ ଫର୍‌ୟୁନିଟିକାର୍ଯ୍ୟକ୍ରମରେ ୧୬୦୦ ମିଟରର ଏକ ଦୌଡ଼ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।କୃତୀ ପ୍ରଥମ, ଦ୍ୱିତୀୟ ଓ ତୃତୀୟବିଜେତାଙ୍କୁ ଅତିଥିମାନେ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତକରିଥିଲେ ।ଏହି ଅବସରରେ ରାସ୍ତାଉପରେଏଣେତେଣେହୋଇ ପଡ଼ିଥିବା ପଲିଥିନ୍‌, ପ୍ଲାଷ୍ଟିକ ଆଦିକୁ ସ୍ୱେଚ୍ଛାସେବୀମାନେ ସଂଗୃହୀତକରିଉକ୍ତ ଅଂଚଳକୁ ପରିଷ୍କାର ପରିଚ୍ଛନ୍ନକରିଥିଲେ ।ସୂଚନାଯୋଗ୍ୟ, ଅକ୍ଟୋବର ୧ ତାରିଖରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଖୋର୍ଦ୍ଧାଜିଲ୍ଲାର ୧୦ଟି ବ୍ଲକରେସ୍ୱଚ୍ଛଭାରତ ଅଭିଯାନ ଜାରିରହିଥିଲା । ଯାହାରସମାପନ ଉତ୍ସବଏହି ଅବସରରେ ଉଦ୍‌ଯାପିତହୋଇଥିଲା ।ଖୋର୍ଦ୍ଧାଜିଲ୍ଲାର ୧୦ଟି ବ୍ଲକରେରନ୍ ଫର୍‌ୟୁନିଟିକାର୍ଯ୍ୟକ୍ରମକୁସଫଳତାରସହ ଅନୁଷ୍ଠିତ ହୋଇଯାଇଛିବୋଲିନେହେରୁ ଯୁବକେନ୍ଦ୍ରର ଯୁବ ଅଧିକାରୀଙ୍କ ନିକଟରୁଜଣାପଡ଼ିଛି ।କାର୍ଯ୍ୟକ୍ରମକୁ ପରିଚାଳନାରେବିଶ୍ୱନାଥ ପିଙ୍ଗୁଆ, ଜନାର୍ଦ୍ଦନ ପୃଷ୍ଟି, କୁଳମଣିମଲ୍ଲିକ ପ୍ରମୁଖସହଯୋଗକରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ