ଶତାୟୁ ବୃଦ୍ଧାଙ୍କ ପରଲୋକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ମେଡିକାଲ ଛକ ଠାରେ ସ୍ଥାୟୀ ଭାବେ ବସବାସ କରୁଥିବା ଶିକ୍ଷାବିତ ରଞ୍ଜନ ପତିଙ୍କ ମାଆ ପୂର୍ଣ୍ଣିମା ଦିବ୍ୟା ପତିଙ୍କର ଆଜି ପରଲୋକ ଘଟିଛି । ସେ ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ କାରଣରୁ ଶଯ୍ୟାଶାୟୀ ଥିବା ବେଳେ ଆଜି ଦିନ ୧.୪୫ମିନିଟ ସମୟରେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୧୦୬ବର୍ଷ ହୋଇଥିଲା । ସେ ଜଣେ ଧର୍ମପରାୟଣା ବାତ୍ସଲ୍ୟମୟୀ ମା ଭାବେ ବେଶ ଖ୍ୟାତି ଅର୍ଜନ କରିଥିଲେ । ମୃତ୍ୟୁ ଖବର ପାଇ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଆତ୍ମୀୟସ୍ୱଜନ ମେଡିକାଲ ଛକ ବାସ ଭବନରେ ପହଂଚି ପାର୍ଥିବ ଶରୀରର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପୁରୀ ସ୍ୱର୍ଗଦ୍ୱାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ