ଶନିବାର ରବିବାର ବ୍ୟତିତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଖୋଲାରହିବ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ସୁଦ୍ଧା ରାଜ୍ୟ ବାହାରୁ ଆସିଥିବା ୩୨ହଜାର ୬୦୯ ଜଣ ପ୍ରବାସୀ ଆସିଛନ୍ତି । ଆସିଥିବା ୩୯୨ ଜଣଙ୍କୁ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରକୁ ପଠାଯାଇଛି । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡା ବ୍ଲକର ୯୦ଜଣ, ପଟ୍ଟାମୁଣ୍ଡାଇ ବ୍ଲକର ୪୦, ମାର୍ଶାଘାଇ ବ୍ଲକର ୩୧, ରାଜନଗର ବ୍ଲକର ୬୬, ରାଜକନିକା ବ୍ଲକର ୭୧, ଆଳି ବ୍ଲକର ୬, ଡେରାବିଶି ବ୍ଲକର ୮୮ ଜଣ ଅଛନ୍ତି । ରାଜ୍ୟ ସରକାର ଚଳିତ ଜୁନମାସର ସମସ୍ତ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଥିବାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ଶନିବାର ଓ ରବିବାର ବ୍ୟତିତ ସମସ୍ତ ଦୋକାନ ଓ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକ ସକାଳ ୭ଟା ଠାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବା ଏବଂ ଔଷଧ ଦୋକାନ ଓ ପେଟ୍ରୋଲ ପମ୍ପ ଗୁଡିକ ଦିନରାତି ଖୋଲାରହିବ । ମାର୍କେଟ କମ୍ପେ୍ଲକ୍ସ ଓ ସପିଂ ମଲ ବାହାରେ ଥିବା ସେଲୁନ ଓ ପାର୍ଲର ଗୁଡିକ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ରାଜ୍ୟ ସରକାର ପ୍ରତ୍ୟେକ ଶନିବାର ଓ ରବିବାରକୁ ସଟଡାଉନ ଘୋଷଣା କରିଥିବାରୁ ସେହିଦିନମାନଙ୍କରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସମସ୍ତ ବ୍ୟବସାୟ ପ୍ରତିଷ୍ଠାନର କର୍ମକର୍ତ୍ତାମାନେ ସାମାଜିକ ଦ୍ୱରତା ରକ୍ଷା କରି ବ୍ୟବସାୟ କରିବାକୁ ନିର୍ଦେଶ ଦିଆଯାଇଛି । ଜିଲ୍ଲାପାଳ ବର୍ମା କରୋନା ମୁକାବିଲାରେ ଜିଲ୍ଲାବାସୀଙ୍କ ସହଯୋଗ କାମନା କରି ଜନସାଧାରଣ ସର୍ବଦା ସଜାଗ ଓ ସଚେତନ ସହ ସାମାଜିକ ଦ୍ୱରତ୍ୱ ବଜାୟ ରଖି ମାସ୍କ ବ୍ୟବହାର କରିବାକୁ ନିବେଦନ କରିଛନ୍ତି । ଜନସାଧାରଣଙ୍କ ସୁବିଧା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇଗ୍ରେସନ ସହାୟତା କେନ୍ଦ୍ର ଯୋଗାଯୋଗ ଫୋନ ନମ୍ବର – ୮୭୬୩୩୪୯୪୩୮ ଉପଲବ୍ଧ କରାଯାଇଛି ।


