ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବରେ ପଲ୍ଲୀଶ୍ରୀ ମେଳା

ପୋଲସରା, (ଅନିଲ କୁମାର ମହାରଣା):ଆସନ୍ତା ଫେବୃୟାରୀ ୧୦, ୧୧ ଓ ୧୨ ତିନିଦିନ ପାଇଁ ପୋଲସରା ଏନଏସି ଅନ୍ତର୍ଗତ ଲୁଣିଘାଟି ପଡ଼ିଆରେ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଅଛି। ମହୋତ୍ସବରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ରାଜ୍ୟ ସରକାରଙ୍କ ବୟନ ଶିଳ୍ପ, ହସ୍ତତନ୍ତ ଓ ହସ୍ତ ଶିଳ୍ପ ବିଭାଗ ପକ୍ଷରୁ ପଲ୍ଲୀଶ୍ରୀ ମେଳା ବା ମିନି ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ନିଷ୍ପତ୍ତି ନିଆଯାଇଛି। କଂସାରୀ ସମାଜ ଉନ୍ନୟନ ପରିଷଦକୁ ପଲ୍ଲୀଶ୍ରୀ ମେଳାରେ କଂସା ଓ ପିତଳ କାର୍ଯ୍ୟ ନେଇ ଯୋଗଦେବା ପାଇଁ ଅନୁରୋଧ କରାଯାଇଥିଲା। ତେବେ ଏହି ସଂଗଠନର ସାଧାରଣ ସମ୍ପାଦକ ସୁଦର୍ଶନ ମହାପାତ୍ର ମନ୍ତ୍ରୀଙ୍କ ନିକଟକୁ ପତ୍ର ଲେଖି ଗୋବର କଣ୍ଢେଇ, ପଥର ଖୋଦେଇ, ବାଉଁଶ ପାତି ସାମଗ୍ରୀ, କୁମ୍ଭାର କାମ ସାମଗ୍ରୀ, ଲଳିତକଳା ପଟ୍ଟଚିତ୍ର, ହାତବୁଣା ଲୁଗା, କାଠ ଖୋଦେଇ ପ୍ରଭୃତି କୁ ସ୍ଥାନ ଦେଇ ମିନି ପ୍ରଦର୍ଶନୀ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଗଞ୍ଜାମ ଜିଲ୍ଲା ସହକାରୀ ନିର୍ଦ୍ଦେଶକ( ହସ୍ତଶିଳ୍ପ)ଙ୍କୁ ନିର୍ଦ୍ଦେଶ ହୋଇଥିବା ବେଳେ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ସମୟରେ ପଲ୍ଲୀଶ୍ରୀ ମେଳା ( ମିନି ପ୍ରଦର୍ଶନୀ ) ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହାଦ୍ୱାରା ଜନସାଧାରଣ ମହୋତ୍ସବର ମଜା ନେବାସହ ପ୍ରଦର୍ଶନୀରୁ ହାତ ତିଆରି ସାମଗ୍ରୀ କ୍ରୟ କରିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ