ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ଉଦଯାପିତ, ଦର୍ଶକ ଗହଣରେ ଗାଇ ନାଚିଲେ ସତ୍ଯଜିତ
ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଲୁଣିଘାଟି ପଡିଆ ଠାରେ ଚାଲିଥିବା ତ୍ରିଦିବସିୟ ଶରଣ ଶ୍ରୀକ୍ଷେତ୍ର ମାରଦା ମହୋତ୍ସବ ୨୦୨୩ ଉଦଯାପିତ ହୋଇଯାଇଛି। ଫେବୃଆରୀ ୧୨ ଶେଷ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ଗାୟକ ସତ୍ଯଜିତ ପ୍ରଧାନ। ସେ ଜଗନ୍ନାଥଙ୍କ ଭଜନରୁ ଗୀତ ଆରମ୍ଭ କରି ଓଲିଉଡ ଓ ବଲିଉଡର କିଛି ଗୀତ ଗାଇ ଲୋକଙ୍କୁ ବିମୋହିତ କରିଥିଲେ ଓ ପ୍ରଜ୍ଞା ହୋତା ମଧ୍ୟ ଅତି ସୁନ୍ଦର ଗୀତ ପରିବେଷଣ କରିଥିଲେ। ପରବର୍ତ୍ତୀ ସମୟରେ ସତ୍ଯଜିତ ଦର୍ଶକଙ୍କ ଗହଣରେ ଗୀତ ଗାଇବା ସହିତ ଦର୍ଶକ ମାନଙ୍କ ସହିତ ନାଚିଥିଲେ। ସେହିପରି ପଲ୍ଟଟିକାଲ୍ ସର୍କସ୍ କମେଡିଆନ ରବିନ୍ଦ୍ର, ବିଭୁ ମିଶ୍ର, ଡ କୁଳାଙ୍ଗାର, ଦେବସ୍ମିତା ଆଚାର୍ଯ୍ଯା, ଅଭିନେତ୍ରୀ ପ୍ରିୟା ଚୌଧୁରୀ ଓ ଅଭିନେତା ଅର୍ଦ୍ଧେନ୍ଦୁ ସାହୁ ଅନ୍ୟତମ ଆକର୍ଷଣ ଥିଲେ। ବିଭିନ୍ନ ବ୍ଯଙ୍ଗ କଥା ମାଧ୍ୟମରେ ଦର୍ଶକଙ୍କୁ ହସାଇ ଉଲ୍ଲସିତ କରିଥିଲେ। ହୋରୋଇନ ପ୍ରିୟା ଓ ହିରୋ ଅର୍ଦ୍ଧେନ୍ଦୁ ରୋମାନ୍ସ ଗୀତରେ ନାଚିଥିଲେ।ବିଭିନ୍ନ ଅଞ୍ଚଳ ଓ ପୋଲସରା କଳାକାର ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉଦଯାପିତ ସମାରୋହରେ ମାରଦା ମହୋତ୍ସବ କମିଟି ସଭାପତି ତଥା ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆସନ୍ତା ବର୍ଷ ଏହି ମହୋତ୍ସବ ଦର୍ଶକ ବୃନ୍ଦଙ୍କ ଅନୁରୋଧ କ୍ରମେ ୫ ଦିନ ପାଇଁ ଆୟୋଜନ କରିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ। ସୋରଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ମହାନଗର ମେୟର ସଂଘମିତ୍ରା ଦଳାଇ, ମନ୍ତ୍ରୀଙ୍କ ବ୍ଯକ୍ତିଗତ ସଚିବ ଶମ୍ଭୁନାଥ ନନ୍ଦୀ, ସିନେତାରକା ଅର୍ଦ୍ଧେନ୍ଦୁ ସାହୁ, ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପ୍ରଧାନ, ବିଡ଼ିଓ କୈଳାସ ଚନ୍ଦ୍ର ମୁର୍ମୁ, ତହସିଲଦାର ଭାସ୍କର ଚନ୍ଦ୍ର ସାହୁ, ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ, ମେଡ଼ିକାଲ ଅଫିସର ଡାକ୍ତର ଳଲିତ ମୋହନ ରଥ, ମଥୁରା ମହନ୍ତ ସୁନ୍ଦର ରାମ ଦାସ, ସାଂସଦ ପ୍ରତିନିଧି ମୋତିରାମ ସାହୁ, ବ୍ଳକ ବିଜେଡି ସଭାପତି ସୁରେନ୍ଦ୍ରନାଥ ପ୍ରଧାନ, ନଗର ବିଜେଡି ସଭାପତି ରଞ୍ଜିତ ସାହୁ, ଏନ୍ଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ବ୍ଳକ ଉପାଧ୍ୟକ୍ଷ କାହ୍ନୁଚରଣ ପରିଡା, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ ବିଷୋୟୀ ଓ ବିକ୍ରମ ନାୟକ, ଶିକ୍ଷାବିତ ମୁରଲୀଧର ନନ୍ଦ, ପ୍ରମୋଦ କୁମାର ପଣ୍ଡା, ବିଜେଡି ଜିଲ୍ଲା ଛାତ୍ର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ସାଂସଦ ପ୍ରତିନିଧି ପ୍ରତାପଚନ୍ଦ୍ର ପ୍ରଧାନ, ଶରତଚନ୍ଦ୍ର ପଟ୍ଟନାୟକ, ଆସିକା କେନ୍ଦ୍ରୀୟ ବ୍ଯାଙ୍କ ନିର୍ଦ୍ଦେଶକ ରଞ୍ଜନ ସାହୁ, ପୀତବାସ ପ୍ରଧାନ, ଆରତୀ ଦେବୀ, ଅତିରିକ୍ତ ତହସିଲଦାରଙ୍କ ସମେତ ସମସ୍ତ କାଉନସିଲର ଓ ଅନ୍ୟ ଅତିଥି ମାନେ ଯୋଗଦେଇ ଥିଲେ। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଓ କୃତିତ୍ୱ ଅର୍ଜନ କରିଥିବା ଅଞ୍ଚଳର ସାମ୍ବାଦିକ ସମେତ ୭୫ ଜଣ ବ୍ଯକ୍ତିତ୍ବଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ସଂଯୋଜନା ବଳରାମ ପୋଲେଇ ଓ ସୁଶାନ୍ତ କୁମାର ବେହେରା କରିଥିଲେ। ପୋଲସରା ପୋଲିସ ଥାନାଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଓ ତାଙ୍କ ଟିମ୍ ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରିବାଟି ତିନି ଦିନ ଶାନ୍ତି ଶୃଙ୍ଖଳା ସହ କାର୍ଯ୍ୟକ୍ରମ ହୋଇପାରିଥିଲା। ଏହା ସହିତ ପୋଲସରା ଅଞ୍ଚଳର ସଚେତନ ନାଗରିକ ଓ କମିଟି ସଦସ୍ୟ ବୃନ୍ଦ ସମ୍ପୂର୍ଣ୍ଣ ସହଯୋଗ କଟିଥିଲେ।