ଶାଳଣିଆଁ ଖେଳ ଶିକ୍ଷକ ସୁବାସ ଜେନାଙ୍କୁ ଅବସର ସମ୍ବର୍ଦ୍ଧନା

ହାଟଡ଼ିହି, (ବିକାଶ ବିଶ୍ୱାଳ):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ହାଇସ୍କୁଲର ଖେଳ ଶିକ୍ଷକ ସୁବାସ ଜେନାଙ୍କୁ ଆଜି ବିଦ୍ୟାଳୟ ପକ୍ଷରୁ ଅବସର ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସୁବାସ ଚନ୍ଦ୍ର ଜେନା ୧୯୮୪ ମସିହାରେ ଏହି ବିଦ୍ୟାଳୟରେ ଖେଳ ଶିକ୍ଷକ ଭାବେ କାର୍ଯ୍ୟକରି ଆସୁଥିବାବେଳେ ହାଟଡିହି ଶାରିରୀକ ଶିକ୍ଷା ସଂଗଠନର ସମ୍ପାଦକ ଭାବେ କାର୍ଯ୍ୟ କରୁଥିବାବେଳେ ଆଜି ସେ କାର୍ଯ୍ୟରୁ ଅବସର ନେଇଛନ୍ତି । ଏଥିଲାଗି ଆଜି ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବଳରାମ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ଉତ୍ସବରେ ରତ୍ନାକର ଦ୍ୱିବେଦୀ, କୋଦଣ୍ଡଧର ମହାନ୍ତି, ରାଧାଶ୍ୟାମ ନାୟକ, ହରିହର ବେହେରାଙ୍କ ସାମତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା କ୍ରୀଡା ଶିକ୍ଷକ ଲକ୍ଷ୍ମୀଧର ଜେନା, ସଚିନଦେବ ରାଉତ, ବିଜୟ କୁମାର ନାୟକ, ଦେବାଶିଷ ବେହେରା, ପରେଶ କୁମାର ପରିଡା ପ୍ରମୁଖ ଯୋଗଦେଇ ବିଦାୟୀ ଶି୪କଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ