ଶାଳିକୁ ଆକ୍ରମଣ ଘଟଣାରେ ଭିଣୋଇ ଗିରଫ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌); ବିବାହ ପାଇଁ ରାଜି ନହେବାରୁ ଶାଳିକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଗୁରୁତର କରିବା ଅଭିଯୋଗରେ ନନ୍ଦିପଦା ପୁଲିସ ଅଭିଯୁକ୍ତ ଭିଣୋଇ ହାଟଡିହିର ସତ୍ୟବ୍ରତ ଯେନାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଖବରରୁ ଜଣାଯାଇଛି ଯେ ବଡରମ୍ପାସ ଗ୍ରାମର ଶ୍ୟାମ ସୁନ୍ଦର ଜେନାଙ୍କ ବଡଝିଅ ରୁକ୍ମଣୀକୁ ଗତ ୫ବର୍ଷ ପୁର୍ବେ ହାଟଡିହିର ସତ୍ୟବ୍ରତ ଯେନା ବିବାହ କରିଥିଲା । ସତ୍ୟବ୍ରତ ଅଧିକାଶଂ ସମୟରେ ଶ୍ୱଶୁର ଘରକୁ ଯିବା ଆସିବା କରୁଥାଏ । ଏବେ ଶାଳୀର ବିବାହ ପ୍ରସ୍ତାବ ଅନ୍ୟ ଆଡେ ପଡିବାରୁ ଏହାକୁ ସତ୍ୟବ୍ରତ ବିରୋଧ କରି ମୁଁ ତାକୁ ବିବାହ କରିବି ବୋଲି କହି ଆସୁଥିଲା । କିନ୍ତୁ ଶ୍ୟାମସୁନ୍ଦର ଓ ତାଙ୍କ ପରିବାର ଲୋକେ ଏଥିରେ ଅରାଜି ହୋଇଥିଲେ । ଗତ ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ଜଣେ ସମ୍ପର୍କୀୟ ମହିଳାଙ୍କ ସହିତ ଯୁବତୀ ଜଣକ ଶୌଚପାଇଁ ଯାଇ ଫେରୁଥିବାବେଳେ ଛକି ରହିଥିବା ଭିଣୋଇ ସତ୍ୟବ୍ରତ ବିଲ ଭିତରେ ତାକୁ ପକାଇଦେଇ ମୋତେ ଯଦି ବିବାହ କରିବୁ କହ ନଚେତ ତୋତେ ମାରିଦେବି ବୋଲି ଧମକ ଦେଇଥିଲା । ସାଙ୍ଗରେ ଯାଇଥିବା ମହିଳା ଜଣକ ଏହାକୁ ବିରୋଧ କରିବାରୁ ସତ୍ୟବ୍ରତଏକ ଧାରୁଆ ଅସ୍ତ୍ରରେ ଯୁବତୀର ଶରୀରର ବିଭିନ୍ନ ସ୍ଥାନକୁ କାଟି ପକାଇଥିଲା । ଗୁରୁତର ଅବସ୍ଥାରେ ଯୁବତୀ ଜଣକୁ ପ୍ରଥମେ ହାଟଡିହି ଓ ପରେ ଭଦ୍ରକ ଡାକ୍ତରଖାନାକୁ ନିଆଯାଇ ଚିକିତ୍ସା କରାଯାଉଛି । ଏ ସମ୍ପର୍କରେ ଶ୍ୟାମସୁନ୍ଦର ନନ୍ଦିପଦା ଥାନାରେ ଅଭିଯୋଗ କରିବାପରେ ପୁଲିସ ୧୨୮/୨୦୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସତ୍ୟବ୍ରତକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ