ଶାଶୁ ସମ୍ପତ୍ତି ଉପରେ ନିଷେଧାଜ୍ଞା ଅପିଲକୁ ଖାରଜ କଲେ ଅଦାଲତ
ହାଟଡିହି, (ବିକାଶ ବିଶ୍ୱାଳ) :ଶାଶୁ ସମ୍ପତ୍ତି ର ବିକ୍ରୀବଟା ଉପରେ ବୋହୁ ଅଦାଲତରେ କରିଥିବା ନିଷୋଧାଜ୍ଞା ଜାରି ଅପିଲକୁ କୁ ମାନ୍ୟବର ଅଦାଲତ ଖାରଜ କରିଦେଇଛନ୍ତି । ହାଟଡିହି ପଞ୍ଚାୟତ ଖାଣ୍ଟପଦା ଗ୍ରାମର ଆଶା ଜେନାଙ୍କ ନାମରେ ଥିବା ସମ୍ପତ୍ତିକୁ ବିକ୍ରୀ ବଟା କରିବା ଉପରେ ସାନବୋହୁ ରଶ୍ମୀରେଖା ଆପତ୍ତି ଉଠାଇ ତାଙ୍କ ନାମରେ ମାନ୍ୟବର ଅଦାଲତରେ ନିଷେଧାଜ୍ଞା ଜାରି କରିବାପାଇଁ ଆବେଦନ କରିଥିଲେ । ତଳକୋର୍ଟ ଏହାର ବିଚାର କରି ଆବେଦନକୁ ଖାରଜ କରିବା ପରେ ଜିଲ୍ଲା ଜଜଙ୍କ ପାଖରେ ମଧ୍ୟ ଆବେଦନ କରିଥିଲେ । ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ ଆନନ୍ଦପୁର ଏହି ଆବଦେନକୁ ତର୍ଜମା କରିବାପରେ ଏହାକୁ ଖାରଜ କରିଦେଇଛନ୍ତି ।