ଶାସଙ୍ଗର ଚୁପୁଡାପଦାରେ ପବିତ୍ର ରଥଯାତ୍ରା ଅନୁଷ୍ଠିତ

ବାଲେଶ୍ୱର : ସଦର ବ୍ଲକ ଅନ୍ତର୍ଗତ ଶାସଙ୍ଗ ଗ୍ରାମରେ ପାଖାପାଖି ୯ ଶହ ବର୍ଷ ପୂର୍ବରୁ ଶ୍ରୀଜୀଉମାନେ ପୂଜାପାଇ ଆସୁଛନ୍ତି । ସବୁବର୍ଷ ପରି ଏ ବର୍ଷ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କେଉଁ କାଳରୁ ଏଠାକାର ଏକ ନିଆରା ପରମ୍ପରା ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ଏଠାରେ ରଥ ଟଣାଯାଏ । ଆଜି ପ୍ରାପ୍ତରୁ ଦ୍ୱାର ଫିଟା, ଦ୍ୱାରପାଳ ପୂଜା, ସୂର୍ଯ୍ୟ ପୂଜା ଆଦି ନୀତି ସମ୍ପର୍ଣ୍ଣ କରାଯାଇ ପାଖାପାଖି ଦିବା ୧୦ ଘଟିକା ସମୟରେ ରଥ ପ୍ରତିଷ୍ଠା ପରେ ପ୍ରଥମେ ସୁଦର୍ଶନ, ବଡଠାକୁର, ମା’ ସୁଭଦ୍ରା, ଶେଷରେ ପ୍ରଭୁ ଜଗନ୍ନାଥଙ୍କୁ ସେବକମାନେ ଗୋଟି ପହଣ୍ଡିରେ ରଥାରୁଢ କରାଇଥଲେ । ସବୁ ବର୍ଷ ପରି ମନ୍ଦିରର ମୁଖ୍ୟ ପରିଚାଳକ ଛେରା ପହଁରା କରି ସାରିବା ପରେ ରଥା ଟଣା ଆରମ୍ଭ ହୋଇଥିଲା । ଛେରା ପହଁରା ପୂର୍ବରୁ ମନ୍ଦିର ପ୍ରାଙ୍ଗଣରେ ଥିବା ଶ୍ରୀ ଜଗନ୍ନାଥ ସାଂସ୍କୃତିକ ମଣ୍ଡପରେ ବହୁ ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞମାନେ ଜଗନ୍ନାଥ ସଂସ୍କୃତି ବିଷୟରେ ଆଲୋଚନା କରିଥିଲେ । ପରେ ସ୍ଥାନୀୟ ଶ୍ରୀ ନାରାୟଣ ପ୍ରସାଦ ହାଇସ୍କୁଲର କୃତୀ ୩ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ରଥଯାତ୍ରାରେ ଶାସଙ୍ଗ ତଥା ଆଖ ପାଖ ଗ୍ରାମରୁ ପାଖାପାଖି ୫ ହଜାର ଭକ୍ତଙ୍କର ସମାଗମ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ