ଶାସଙ୍ଗ ହାଇସ୍କୁଲ ଠାରେ ଜାତୀୟ ଏନସିସି ଦିବସ ପାଳିତ
ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ): କେନ୍ଦୁଝର ଜିଲ୍ଲା ଶାସଙ୍ଗ ପଞ୍ଚାୟତ ହାଇସ୍କୁଲ ଠାରେ ଜାତୀୟ ଏନସିସି ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁରେନ୍ଦ୍ର କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଭେଷଜଜ୍ଞ ଶ୍ରୀଯୁକ୍ତ ଗୋଲଖ ବିହାରୀ ନାୟକ ଯୋଗଦେଇ ସ୍ୱାସ୍ଥ୍ୟ, ଔଷଧ ଓ ନିରାମୟ ଜୀବନ ଯାପନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବହୁମୁଲ୍ୟ ପରାମର୍ଶ ଦେଇଥିଲେ ।ସମ୍ମାନୀତ ଅତିଥି ଭାବେ ଶିକ୍ଷବିତ ଶ୍ରୀଯୁକ୍ତ ବିଦ୍ୟାଧର କର, ଶ୍ରୀଯୁକ୍ତ ଅନାଦି ଚରଣ ବିଶ୍ୱାଳ, ଏବିିଓ ତପୋଧନ ସ୍ୱାଇଁ, ବରିଷ୍ଠ ସାମ୍ବାଦିକ କିଶୋର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ଜାତୀୟ ଏନସିସି ଦିବସ ସମ୍ପର୍କରେ ଆଲୋଚନା କରିଥିଲେ । ଶିକ୍ଷା ଶୃଙ୍ଖଳା, ଯୋଗ, ଦେଶରୁ ସୁରକ୍ଷାରେ ଏନସିସିର ଭୁମିକା ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିବାବେଳେ ୫୦ଜଣ ଏନ.ସି.ସି କ୍ୟାଡେଟ ଉପସ୍ଥିତ ଥିଲେ । ଏନସିସି ସି.ଟି.ଓ ଶିଶିର କୁମାର ବିଶ୍ୱାଳ ସଭା ପରିଚାଳନା କରିଥିବାବେଳେ ଶିକ୍ଷକ ରାଧାକୃଷ୍ଣ ପତି, ନବି କିଶୋର ବିଶ୍ୱାଳ, ମାଧବାନନ୍ଦ ଜେନା, ଲକ୍ଷ୍ମୀକାନ୍ତ ମିଶ୍ର, ପଦ୍ମନାଭ ପଣ୍ଡା, ଶାନ୍ତନୁ କୁମାର ରାଉତ, ପ୍ରଦୀପ କୁମାର ସ୍ୱାଇଁ, ରମେଶ ଚନ୍ଦ୍ର ନାୟକ, ସତ୍ୟବ୍ରତ ବିଶ୍ୱାଳ, ପର୍ଶୁରାମ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।