ଶାହାରୁଖ୍‌ଙ୍କ ଫିଲ୍ମରେ ଅଭିଷେକ

ଅଭିଷେକ ବଚ୍ଚନ ଅନେକ ଦିନ ହେଲାଣି ଫିଲ୍ମରୁ ଦୂରେଇ ରହିଛନ୍ତି । ଏଣୁ ଲୋକମାନେ ଚର୍ଚ୍ଚା ଆରମ୍ଭ କରି ଦେଇଥିଲେ ଯେ ତାଙ୍କୁ ଆଉ ଫିଲ୍ମ ମିଳୁନାହିଁ । ହେଲେ ଅଭିଷେକ ନିଜ ନୂଆ ଫିଲ୍ମ ବିଷୟରେ ଘୋଷଣା କରି ସମସ୍ତଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ସେ ଆଗକୁ ଶାହାରୁଖ ଖାନ୍‌ଙ୍କ ଫିଲ୍ମରେ ଅଭିନୟ କରିବେ । ଶାହାରୁଖ ଖାନ୍‌ଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିଜ୍ ଏଣ୍ଟରଟେନମେଣ୍ଟର ଫିଲ୍ମ “ବବ୍ ବିଶ୍ୱାସ୍‌’ରେ ଅଭିଷେକ ନଜର ଆସିବେ ।  ଏହାର କାହାଣୀ ସିରିଏଲ୍ କିଲର୍ “ବବ୍ ବିଶ୍ୱାସ୍‌’ ଉପରେ ଆଧାରିତ ହେବ । “କାହାନୀ’ରେ ବବ୍ ବିଶ୍ୱାସ୍‌ଙ୍କ ଚରିତ୍ରରେ ବଙ୍ଗୀୟ ଅଭିନେତା ଶାଶ୍ୱତ ଚାଟାର୍ଜୀ ଅଭିନୟ କରିଥିଲେ । ତାଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା । ଏହାର ସିକ୍ୱେଲ୍ ପାଇଁ ଶାହାରୁଖଙ୍କ ପ୍ରଡକ୍ସନ୍ ହାଉସ୍ ସହ ସୁଜୟ ଘୋଷଙ୍କ ପ୍ରଡକ୍ସନ୍ କମ୍ପାନୀ ହାତ ମିଶାଇଛି । ସୂଚନା ଅନୁଯାୟୀ, ଏହି ଫିଲ୍ମର ନିର୍ଦ୍ଦେଶନା ସୁଜୟଙ୍କ ଝିଅ ଦିୟା ଘୋଷ ଦେବେ । ଏହା ସହିତ ସେ ନିର୍ଦ୍ଦେଶନାରେ ଡେବ୍ୟୁ କରିବେ । ଏହି ଫିଲ୍ମରେ ଅଭିଷେକ ଲିଡ୍ ରୋଲରେ ଅଭିନୟ କରିବେ ବୋଲି ଜଣାପଡ଼ିଛି । କିନ୍ତୁ “କାହାନୀ’ରେ ଅଭିନୟ କରିଥିବା ବିଦ୍ୟା ବାଲନ୍ ଏଥିରେ ରହିବେ କି ନାହିଁ, ତାହା ଜଣାପଡ଼ିନି । ୨୦୦୯ରେ ରିଲିଜ୍ ହୋଇଥିବା ଫିଲ୍ମ “ପା’ରେ ଅଭିଷେକ ଓ ବିଦ୍ୟା ଏକାଠି କାମ କରିଥିଲେ । “ବବ୍ ବିଶ୍ୱାସ୍‌’ ଆସନ୍ତାବର୍ଷ ରିଲିଜ୍ ହେବ । ଏହାର ଶୁଟିଂ ଆସନ୍ତା ବର୍ଷ ଜାନୁଆରୀରୁ ଆରମ୍ଭ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ