ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି,(ବିକାଶ ବିଶ୍ୱାଳ): ହାଟଡିହି ବ୍ଲକ କୁଆଡ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭୀମସେନ ନାୟକଙ୍କୁ ବିଦ୍ୟାଳୟ ପକ୍ଷରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଶିକ୍ଷାବିତ ପୁର୍ଣ୍ଣ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅବସରପ୍ରାପ୍ତ ଶିକ୍ଷକ ନାରାୟଣ ଚନ୍ଦ୍ର ସାହୁ, ବାଙ୍ଗୋର ଉ.ପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ଶିକ୍ଷାବିତ ବସନ୍ତ କୁମାର ବେହେରା, ମୋହନ କୁମାର ମହାନ୍ତି, ଅଭୟ କୁମାର ଜେନା, ଯୁଦ୍ଧିଷ୍ଠିର ପାତ୍ର, ରତ୍ନାକର ପାତ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇ ବିଦାୟୀ ଶିକ୍ଷକଙ୍କ କର୍ମମୟ ଜୀବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କର ଅବସର ଜୀବନ ଶୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ଏହି ଅବସରରେ ଗ୍ରାମବାସୀ, ପୁରାତନ ଛାତ୍ରଛାତ୍ରୀ ଓ ଶିକ୍ଷକ ବନ୍ଧୁ ମାନଙ୍କ ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମଣା ସିଆରସିସି ମୃତ୍ୟୁଞ୍ଜୟ ନନ୍ଦ ମଞ୍ଚ ସଂଯୋଜନା କରିଥିବାବେଳେ ଆର୍ତ୍ତତ୍ରାଣ ସାହୁ, ନିରଞ୍ଜନ ସ୍ୱାଇଁ, ମୃତ୍ୟୁଞ୍ଜୟ ଓଝା, ପରିଚାଳନା କମିଟି ସଭାନେତ୍ରୀ ସୁକାନ୍ତୀ ବାରିକ, ଶିକ୍ଷୟତ୍ରୀ ପ୍ରତିଭା ପରିଡା, କୋଦଣ୍ଡ ବାରିକ, ରାଜେନ୍ଦ୍ର ଜେନା, ହୃଶିକେଶ ଶଙ୍ଖୁଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ