ଶିକ୍ଷକ ନେତାଙ୍କ ବିୟୋଗରେ ଶୋକ

ବରୀ,(ଚୈତନ୍ୟ ଜେନା) : ଯାଜପୁର ଜିଲ୍ଲାର ବିଶିଷ୍ଟ ଶିକ୍ଷକ ନେତା ସ୍ୱର୍ଗତ ପୀତବାସ ବେହୁରିଆଙ୍କ ବିୟୋଗରେ ବରୀ ବ୍ଲକର ଅବସର ପ୍ରାପ୍ତ ଶିକ୍ଷକ ସଙ୍ଘ ତରଫରୁ ଅଭିମନ୍ୟୁ ସାମନ୍ତ ସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶିଷ୍ଟ ସମାଜ ସେବୀ ତଥା ଶିକ୍ଷକ ନେତା ଗଗନ ବିହାରୀ ଜେନାଙ୍କ ସଭାପତିତ୍ୱ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇ ଯାଇଛି। ବିଶିଷ୍ଟ ବକ୍ତାଭାବେ ଶିକ୍ଷକ ନେତା କର୍ଣ୍ଣ ଚନ୍ଦ୍ର ଘଡ଼ାଇ ବରୀ ବ୍ଲକ ପୂର୍ବତନ ଶିକ୍ଷା ସହ ଅଧିକାରୀ କପିଳ ଚରଣ ସାମଲ, ବଳରାମ ପଣ୍ଡା, ମକର ଚରଣ ଘଡ଼ାଇ, ଭରତ ଚନ୍ଦ୍ର ଜେନା, ହରିଶ୍ଚନ୍ଦ୍ର ଦାସ, ନବଘନ ମହାନ୍ତି, ଡ. ଶରତ କୁମାର ଜେନା ସ୍ବର୍ଗତ ବେହୁରିଆଙ୍କ ଶିକ୍ଷକ ସଂଗଠନ ପ୍ରତି ଅବଦାନ ସଦା ସ୍ମରଣୀୟ ବୋଲି ବର୍ଣ୍ଣନା କରିଥିଲେ । ଉପସ୍ଥିତ ଶିକ୍ଷକ ଓ କର୍ମଚାରୀ ସମୁହ ମାନଙ୍କ ଦ୍ୱାରା ସ୍ୱର୍ଗତଃ ବେହୁରିଆଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ମିନିଣ୍ଟ ନିରବ ପ୍ରାର୍ଥନା କରାଯାଇଥିଲା । ଉପସ୍ଥିତ ଶ୍ରଦ୍ଧାଳୁ ମାନେ ସ୍ୱର୍ଗତ ହେଉରିଆଙ୍କ ଉଦ୍ଦେଶ୍ୟରେ ନିଜର ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିଥିଲେ । ଶିକ୍ଷକ ନେତା ତଥା ସାମ୍ୟ ବାଦୀ ଚେତନାର ଅନନ୍ୟ ନେତୃତ୍ୱ ଅବନୀ ବରାଳଙ୍କ ସହ କାନ୍ଧକୁ କାନ୍ଧ ମିଳାଇ ଆଜିର ସ୍ମରଣୀୟ ପ୍ରତିଭା ଶିକ୍ଷକ ତଥା ଶିକ୍ଷାୟତନର ସ୍ୱାର୍ଥଲାଗି ବହୁ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ଓ ତାହାକୁ ସଫଳ ରୁପାୟନ କରିଥିଲେ ବୋଲି ବହୁ ଶ୍ରଦ୍ଧାଳୁ ତାଙ୍କର ମତରଖିଥିଲେ । ଶିକ୍ଷକ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନ କରି ନିଜର ଦାବୀ ହାସଲ କରିବାରେ ଅଦ୍ୱିତୀୟ ନେତୃତ୍ୱ ଥିଲେ ସ୍ୱର୍ଗତ ବେଉରିଆ । ସେ ଆଜି ନାହାନ୍ତି ସତ ତାଙ୍କର ଅବର୍ତ୍ତମାନ ସାରା ରାଜ୍ୟପ୍ରତି ଅପୁରଣୀୟ କ୍ଷତି ବୋଲି ସବାରେ ମତପ୍ରକାଶ ପାଇଥିଲା । ତେବେ ଶିକ୍ଷକ ନେତା ଗୋପବନ୍ଧୁ ଦାସ ସୁଦୁର ଆମେରିକାରେ ରହି ଭିଡିଓ କଲ ମାଧ୍ୟମରେ ନିଜର ବକ୍ତବ୍ୟ ରଖି ନିଜର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ