ଶିଶୁମୃତ ଅଭିଯୋଗ ନେଇ ଡ୍ରାଇଭର କୁ ଆକ୍ରମଣ କରିଥିବା ୬ ଜଣକୁ ଗିରଫ କଲା ପୋଲିସ

ଓଡିଶାର ବହୁ ଚର୍ଚିତ ମୟୂରଭଞ୍ଜ ଜିଲ୍ଲାର ବାଦାମପାହାଡ ଲୌହ ଖଣି ସମ୍ମୁଖରେ ଗତ ୨୭.୦୮.୨୦୧୯ ଦିନ ୧୨•୩୦ ଟା ସମୟରେ ଡମ୍ଫର-ବାଇକ ମୁହାଁମୁହିଁରେ ସ୍ଥାନୀୟ ସରସ୍ବତୀ ଶିଶୁ ମନ୍ଦିର ର ପ୍ରଥମ ଶ୍ରେଣୀର ଛାତ୍ରୀ ଆରତୀ ବାରଦା(୬) ଡମ୍ଫର ଚକତଳେ ମୃତ୍ୟୁ ହୋଇଥିଲା ।ଘଟଣାରେ ଉତ୍ୟକ୍ତ ହୋଇ ସ୍ଥାନୀୟ କିଛି ଲୋକ ଡ୍ରାଇଭର ବିଶ୍ବନାଥ ହାଁସଦା କୁ ରଶିରେ ବାନ୍ଧି ଅମାନୁଷିକ ଭାବେ ମରଣାତ୍ମକ ଆକ୍ରମଣ କରିଥିଲେ ।ଘଟଣାଟି ମୋବାଇ ରେ ଭାଇରାଲ ହୋଇଥିଲା । ଘଟଣାକୁ ନେଇ ଡ୍ରାଇଭର ଏବଂ ଶିଶୁମୃ ତ୍ୟ କୁ ନେଇ ଥାନାରେ ଲିଖିତ ଅଭିଯୋଗ ହୋଇଛି ।ପୋଲିସ ତଦନ୍ତ କରି ଏକ୍ସ ନ ମୁଡକୁ ଆସିଯାଇଛି ।ପୋଲିସ ଆଜି ସକାଳୁ ବାଦାମପାହାଡ ଅଂଚଳର ୬ ଜଣଙ୍କୁ ଉଠାଇଛି ।ସେମାନଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ସ୍ବାସ୍ଥ୍ୟ ପରୀକ୍ଷା କରାଇ ରାଇରଙ୍ଗପୁର କୋର୍ଟ ଚାଲାଣ କରିଛି ।ଆଗକୁ ଆହୁରି ବହୁତ ଲୋକଙ୍କୁ ପଚରା ପଚାରି କରାଇବ ।ଡମ୍ଫର ଡ୍ରାଇଭର ବିଶ୍ବନାଥ ହାଁସଦା କଟକ ମେଡିକାଲରେ ମୃତ୍ୟୁ ସହିତ ସଂଗ୍ରାମ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ