ଶୁକ୍ରବାର ସାଇକେଲରେ ଅଫିସ ଯିବେ ବି.ଏମ.ସି କର୍ମଚାରୀ
ଭୁବନେଶ୍ୱର , (ଯୁଗାବ୍ଦ ନ୍ୟୁଜ) : ଦିଲ୍ଲୀର ପ୍ରଦୂଷଣ ଚିନ୍ତା ଦେଶର ପ୍ରମୁଖ ରାଜ୍ୟ ମାନଙ୍କୁ ଘାରିଥିବାବେଳେ ଏହି ପ୍ରଦୂଷଣକୁ କିଭଳି ଭାବେ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ବିଭିନ୍ନ ପଦକ୍ଷେପ ନେଉଛନ୍ତି ସରକାର । ଦିନକୁ ଦିନ ପ୍ରଦୂଷଣ ହେବାରେ ଲାଗିଛି ଭୁବନେଶ୍ୱରର ଜଳବାୟୁ । ଏହାକୁ ଆଖି ଆଗରେ ରଖି ଏଣିକି ସାଇକେଲ ଚଳାଇ ଅଫିସ ଆସିବେ ଅଫିସର । ଏଭଳି ଏକ ଆଡଭାଇଜର ଜାରି କରିଛି , ବିଡିଏ , ବିଏମସି ଓ ବଏସସିଏଲ କର୍ମଚାରୀ । ଭୁବନେଶ୍ୱରରେ ବୃଦ୍ଧି ପାଉଥିବା ପରିବେଶ ପ୍ରଦୃଷଣ ରୋକିବା ପାଇଁ ଏଭଳି ଅଭିନବ ପଦକ୍ଷେପ ଆପଣା ଯାଇଛି । ପ୍ରଦୂଷଣର ହ୍ରାସ କମ କରିବା ନିମନ୍ତେ ସାଇକେଲରେ ପ୍ରତି ଶୁକ୍ରବାର ଅଫିସ ଆସିବାକୁ ସମସ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି । ଆସନ୍ତା ଶୁକ୍ରବାର ଏହି ନିୟମ କାର୍ଯ୍ୟକାରୀ କରାଯିବ ବୋଲି ବରିଷ୍ଠ ଅଧିକାରୀ କହିଛନ୍ତି ।