ଝାଡଖଣ୍ଡ ବିଧାନସଭା ନିର୍ବାଚନ : ଅପରାହ୍ନ ୧ଟା ସୁଦ୍ଧା ୪୫.୧୪ ପ୍ରତିଶତ ମତଦାନ
ଝାଡଖଣ୍ଡ : ଝାଡଖଣ୍ଡରେ ଜାରି ରହିଛି ତୃତୀୟ ପର୍ଯ୍ୟାୟ ଭୋଟଗ୍ରହଣ। ଗୁରୁବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଅପରାହ୍ଣ ୧ଟା ସୁଦ୍ଧା ୪୫.୧୪ ପ୍ରତିଶତ ମତଦାନ ହୋଇଛି। ଖିଜାରୀଠାରେ ୩୭.୬୫ ପ୍ରତିଶତ ମତଦାନ ହୋଇଥିବାବେଳେ ରାଞ୍ଚିରେ ସର୍ବନିମ୍ନ ୧୯.୩୫ ମତଦାନ ହୋଇଥିବା ସୂଚନା ମିଳିଛି। ତୃତୀୟ ପର୍ଯ୍ୟାୟରେ ୧୭ଟି ଆସନ ପାଇଁ ଅନୁଷ୍ଠିତ ନିର୍ବାଚନରେ ୩୦୯ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେଥିମଧ୍ୟରେ ମହିଳା ପ୍ରାର୍ଥୀ ୩୨ ଜଣ ରହିଛନ୍ତି । ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ୮ଟି ଜିଲ୍ଲାର ୫୬ ଲକ୍ଷରୁ ଅଧିକ ଭୋଟର।


