ଶୁଭେଛା ବାର୍ତ୍ତା ତୋରଣ ପାଇଁ ରାସ୍ତା ସଙ୍କୁଚିତ

ନିମାପଡ଼ା, (ସନ୍ତୋଷ ଦାଶ):ନବବର୍ଷ ଅବସର ରେ ବିଭିନ୍ନ ରାଜନୈତିକ ନେତା, ବ୍ୟକ୍ତି ବିଶେଷ ଙ୍କ ପକ୍ଷରୁ ଶୁଭେଛା ବାର୍ତ୍ତା ଲେଖା ତୋରଣ ସବୁ ନିମାପଡ଼ା,ନୟାହାଟ,ଚାରିଛକ, କାକଟପୁର , ଗୋପ, କୋଣାର୍କ, ଅସ୍ତରଙ୍ଗ ଅଞ୍ଚଳ ର ମୁଖ୍ୟ ରାସ୍ତା କଡ଼ରେ ଲଗାଯାଇଛି।କମଦିନ ଭିତରେ ସାଧାରଣ ନିର୍ବାଚନ ହେବାକୁ ଥିବାରୁ ବିଭିନ୍ନ ରାଜନୈତିକ ଦଳ ରୁ ଏକାଧିକ ବ୍ୟକ୍ତି ପ୍ରାଥୀ ହେବାକୁ ମନ ବଳାଇ ନିଜ ନିଜ ର ଶୁଭେଛା ବାର୍ତ୍ତା ଲେଖା ତୋରଣ ସବୁ ଲଗାଇଥିବା ଦେଖିବାକୁ ମିଳିଛି। ଶୁଭେଶ୍ଚା ବାର୍ତ୍ତା ତୋରଣ ପାଇଁ ବାଉଁଶ ସବୁ ମୁଖ୍ୟ ରାସ୍ତା କଡ଼ରେ ପୋତା ଯିବା କାରଣ ରୁ ମୁଖ୍ୟ ରାସ୍ତା ସଙ୍କୁଚିତ ହୋଇ ଯାଇଛି। ଏପରି କି ସ୍ଥାନେ ସ୍ଥାନେ ଦୁଇଟି ବିପରୀତ ମୁଖୀ ଗାଡ଼ି ପରସ୍ପର କୁ ଅତିକ୍ରମ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ପିକନିକ ଋତୁ ଚାଲିଥିବାରୁ ପ୍ରତି ରବିବାର, ବୁଧବାର, ଶୁକ୍ରବାର ଓ ରବିବାର ଦିନ ଶହ ଶହ ଯାତ୍ରୀ,ପର୍ଯ୍ୟଟକ ମାନେ କାର, ବସ ଯୋଗେ କାକଟପୁର, ଅସ୍ତରଙ୍ଗ, କୋଣାର୍କ, ଜଗତସିଂହପୁର ପ୍ରଭୃତି ସ୍ଥାନ କୁ ଯାତାୟାତ କରୁଛନ୍ତି। ମୁଖ୍ୟ ରାସ୍ତା ସଙ୍କୁଚିତ ହୋଇ ପଡ଼ିଥିବାରୁ ବିଭିନ୍ନ ସମୟ ରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡୁଛି। ମୁଖ୍ୟ ରାସ୍ତା ରେ ଶହ ଶହ ଗାଡି ଅଟକି ରହୁଛି। ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ସ୍ଥାନୀୟ ପୋଲିସ କୁ ନାକେଦମ ହବାକୁ ପଡ଼ୁଛି। ଏଥିପାଇଁ ବିଭିନ୍ନ ସମୟ ରେ ଛୋଟ, ବଡ଼ ଦୁର୍ଘଟଣା ମଧ୍ୟ ଘଟୁଛି। ତୁରନ୍ତ ମୁଖ୍ୟ ରାସ୍ତା କଡ଼ରେ ଥିବା ଶୁଭେଛା ବାର୍ତ୍ତା ତୋରଣ ଗୁଡ଼ିକୁ ଉଠାଇଦେବାକୁ ସାଧାରଣ ରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ