ଆଜି ଠାରୁ ଗାଁ ଗାଁ ରେ ବୁଲିଲା ଶ୍ରୀ ଜଗନ୍ନାଥ ଅର୍ପଣ ରଥ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆସନ୍ତା ୧୭ ତାରିଖରେ ଲୋକାର୍ପିତ ହେବ।ଏହି କାର୍ଯ୍ୟକ୍ରମ ରେ ସାରା ରାଜ୍ୟବାସୀ ଯେପରି ସଂଶ୍ଳିଷ୍ଟ ହୋଇପାରିବେ ତାକୁ ଦୃଷ୍ଟି ରେ ରଖି ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।ସାରା ରାଜ୍ୟରେ ପରିକ୍ରମା ପ୍ରକଳ୍ପକୁ ଭବ୍ୟ ଓ ଆଧ୍ୟାତ୍ମିକ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟବ୍ୟାପୀ ଶ୍ରୀଜଗନ୍ନାଥ ଅର୍ପଣ ରଥ ପରିକ୍ରମା କରିବା ଆରମ୍ଭ ହୋଇଛି। ସେଥିପାଇଁ ଆଜି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକରୁ ପତାକା ଦେଖାଇ ୫ଟି ଅର୍ପଣ ରଥକୁ ଅସ୍ତରଙ୍ଗ ବିଡ଼ିଓ ଶ୍ରୀ କର୍ଣ୍ଣଦେବ ସମାଦ୍ଦାର ଉଦଘାଟନ କରିଛନ୍ତି । ଏହି ରଥ ପ୍ରତି ପଞ୍ଚାୟତ ପରିକ୍ରମା ସହ ଗାଁ ପରିକ୍ରମା କରି ଘରୁ ଘରୁ ଅରୁଆ ଚାଉଳ ,ଗୁଆ ଓ ନଡ଼ିଆ ସଂଗ୍ରହ କରାଯିବ । ବ୍ଲକ ର ପିଇଓ ଓ ଜିଆରଏସ୍ ମାନେ ପଞ୍ଚାୟତରେ ନୋଡାଲ ଅଧିକାରୀ ଭାବେ ଏହି ଦାୟିତ୍ଵ ନିର୍ବାହ କରିବେ । ସେହିପରି ଗୋପ ବ୍ଲକ ପକ୍ଷରୁ ଛଇତନା ପଞ୍ଚାୟତ ଠାରୁ ଓ ନିମାପଡ଼ା ବ୍ଲକ ପକ୍ଷରୁ ଭୋଗଶାଳଦା ଗ୍ରାମ ପଞ୍ଚାୟତ ର ବଡ଼ରିକିଲୋ ଗ୍ରାମ ଠାରୁ ଏହି ରଥ ପରିକ୍ରମା ଆରମ୍ଭ ହୋଇଛି। ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉକ୍ତ ରଥ ପରିକ୍ରମା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ।


