ଶେଷ ହେଲା ରାଜ୍ୟସଭା ଉପନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲ

ଶେଷ ହେଲା ରାଜ୍ୟସଭା ଉପନିର୍ବାଚନ ପାଇଁ ପାର୍ଥୀପତ୍ର ଦାଖଲର ସମୟ ଅବଧି । ଆଜି ବିଜେଡି ପକ୍ଷରୁ ବରିଷ୍ଠ ନେତା ଅମର ପଟ୍ଟନାୟକ ଏବଂ ମୁଖପାତ୍ର ସସ୍ମିତ ପାତ୍ର ନାମାଙ୍କନପତ୍ର ଦାଖଲ କରିଥିବାବେଳେ ବିଜେପି ପକ୍ଷରୁ ଅଶ୍ଵିନୀ ବୈଷ୍ଣବ ଜେପି ନେତାଙ୍କ ସହିତ ଆସି ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ।ସୂଚନାଯୋଗ୍ୟ, ରାଜ୍ୟସଭାରେ ସଦସ୍ୟ ଥିବା ଓଡ଼ିଶାର ୩ସଦସ୍ୟଙ୍କ ଇସ୍ତଫା ପରେ ସେସବୁ ପଦବୀରେ ଉପନିର୍ବାଚନ ହେବ। ଏଥିପାଇଁ ବିଜେଡି ପଧରୁ ୨ ଜଣ ଏବଂ ବିଜେପିରୁ ଜଣେ ପ୍ରାର୍ଥୀ ହୋଇଛନ୍ତି। ବିଜେପି ପ୍ରାର୍ଥୀ ଅଶ୍ଵିନୀ ବୈଷ୍ଣବ ନିର୍ବାଚିତ ହେବା ଲାଗି ବିଧାନସଭାରେ ବିଜେପିର ଆବଶ୍ୟକ ସଂଖ୍ୟକ ବିଧାୟକ ନ ଥିବାବେଳେ ବିଜେଡି ତାଙ୍କୁ ସମର୍ଥନ ଦେବ ବୋଲି ଘୋଷଣା କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ