ନୀଳକଣ୍ଠନଗର ଶିଶୁ ବିଦ୍ୟା ମନ୍ଦିରରେ ଏକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ
ବ୍ରହ୍ମପୁର (ଯୁଗାବ୍ଦ ନ୍ୟୁଜ) ବ୍ରହ୍ମପୁରସ୍ଥିତ ନୀଳକଣ୍ଠନଗର ଶିଶୁ ବିଦ୍ୟା ମନ୍ଦିରରେ ଏକ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଯୁକ୍ତ ୨ ପରୀକ୍ଷାରେ ୯୦ ପ୍ରତିଶତରୁ ଉର୍ଦ୍ଧ ମାର୍କ ରଖିଥିବା ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରାଯାଇଥିଲା । ଏହି ଅବସରରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନାନ୍ୟ ଅତିଥିଙ୍କ ମଧ୍ୟରେ ଡଃ ଶାନ୍ତନୁ କୁମାର ରଥ ପ୍ରକ୍ତାନ ନିର୍ଦ୍ଦେଶକ ଦୂରଦର୍ଶନ କେନ୍ଦ୍ର ଭୂବନେଶ୍ବର ମୁଖ୍ୟ ବକ୍ତା, କିରଣ କୁମାର ପାଢୀ ସଂପାଦକ ଦକ୍ଷିଣ ପୂର୍ବ ସମ୍ଭାଗ ଶିକ୍ଷା ବିକାଶ ସମିତି ଓଡିଶା ଅତିଥିଙ୍କ ସହ ବିଦ୍ୟା ମନ୍ଦିରର ସମସ୍ତ ଗୁରୁଜୀ ଗୁରୁମା ଯୋଗଦେଇଥିଲେ ।


