ଜେଲଗଲେ ପାଟନାଗଡ ବିଧାୟକ
ଆଜି ଗିରଫ ହେଲେ ପାଟଣାଗଡ ବିଧାୟକ ସରୋଜ ମେହେରା । ସୋମବାର ପାଟଣାଗଡ ପୋଲିସ ତାଙ୍କୁ ଗିରଫ କରି ଏଡିଜେ କୋର୍ଟରେ ହାଜର କରାଇଛନ୍ତି । ସୁଚନାନୁସାରେ, ପାଟଣାଗଡ଼ ବିଧାୟକ ସରୋଜ ମେହେର ନିମ୍ନମାନର ରାସ୍ତା କାମ ଯୋଗୁଁ କନିଷ୍ଠ ଯନ୍ତ୍ରୀ ଜୟବନ୍ତ ଶବରଙ୍କୁ ସର୍ବସମ୍ମୁଖରେ ଉଠବସ୍ କରାଇଥିଲେ । ଏହାର ଏକ ଭିଡିଓ ଗତ ଜୁନ୍ ୬ରେ ଭାଇରାଲ ହୋଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରସାରିତ ହେବା ପରେ ବିଧାୟକଙ୍କ ଅଡୁଆ ବଢିଯାଇଥିଲା । ବିଧାୟକ ସରୋଜ ମେହେର ଘରକୁ ଆସି ସ୍ବାମୀଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ମାନସିକ ଓ ଶାରିରୀକ ନିର୍ୟ୍ୟାତନା ଦେଇଥିଲେ ବୋଲି ସେ ଅଭିଯୋଗ କରିଥିଲେ ।


