ଶୋଭାରାମପୁରରେ ଗ୍ରାମଦେବତୀଙ୍କ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ
ବାଲେଶ୍ୱର,(ସରୋଜ ପଣ୍ଡା):ବାଲେଶ୍ୱର ପୌରାଞ୍ଚଳର ୨୦ ନମ୍ବର ୱାର୍ଡ଼ର ଅଧିନରେ ଥିବା ଶୋଭାରାମପୁର ଗ୍ରାମରେ ଦୀର୍ଘବର୍ଷ ଧରି ପୂଜା ପାଇଆସୁଥିବା ମା’ ବୁଢ଼ୀ କାଳନ୍ଦ୍ରି ଠାକୁରାଣୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଗୁରୁବାର ମଧ୍ୟାହ୍ନରେ ‘ଭୂମିପୂଜନ’ କାର୍ଯ୍ୟ ଆନୁଷ୍ଠାନିକ ଭାବେ ସମ୍ପନ୍ନ ହୋଇଛି । ମନ୍ଦିର ପୂଜକ ପଣ୍ଡିତ ହୃଷିକେଶ ପାଢ଼ୀ ପାରଂପରିକ ନୀତିରୀତିରେ ପୂଜାର୍ଚ୍ଚନା ସହ ଭୂମିପୂଜନ କାର୍ଯ୍ୟ ସଂପାଦନ କରିଥିଲେ । ସ୍ଥାନୀୟ କାଉନସିଲର ନିରୁପମା ଦାଶ, ପୂର୍ବତନ କାଉନସିଲର କୈଳାସ ବିହାରୀ ଦାଶ, ବିଳାସିନୀ ବେହେରାଙ୍କ ସମେତ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ଯୋଜନାରେ ମଞ୍ଜୁରୀ ହୋଇଥିବା ୫ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିର ନିର୍ମାଣ କାର୍ଯ୍ୟ ବାଲେଶ୍ୱର ସଦର ପଞ୍ଚାୟତ ସମିତି ତତ୍ତ୍ୱାବଧାନରେ କରାଯିବ । ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ସର୍ବଶ୍ରୀ ଉମାକାନ୍ତ ପଢ଼ିଆରୀ, ଅଶୋକ ଦାଶ, ନରସିଂହ ରାଉତ, ପ୍ରମୋଦ ଦାଶ, ତରୁଣ ରାଉତ, ଗୋପାଳକୃଷ୍ଣ କର, ଜୟନ୍ତ ଦାଶ, ଧନୁର୍ଜୟ ବାରିକ, ଶୈଳେନ୍ଦ୍ର ଦାଶ, ସମରେନ୍ଦ୍ର ଦାଶ, ସୁଶାନ୍ତ ବାରିକ, ମନୋଜ ଦାଶ, ଜୟଦ୍ରଥ ମିଶ୍ର ଓ କବିତା ଦାଶ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି ମନ୍ଦିରର ପୁନଃ ନିର୍ମାଣ ପାଇଁ ଦୀର୍ଘଦିନର ପ୍ରଚେଷ୍ଟା ସଫଳ ହେବାକୁ ଯାଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି ।