ଶ୍ରାବଣକୁ ବନ୍ୟା ପ୍ରଭାବ: କଟକରେ ବଢ଼ିଲା ପରିବା ଦର

କଟକ, (ଓ୍ବାଇଏନଏସ): ରାଜ୍ୟରେ ବନ୍ୟା ଯୋଗୁଁ ଶହ ଶହ ହେକ୍ଟର ପରିବା ଚାଷ ନଷ୍ଟ ହୋଇଛି । ଫଳରେ ରାଜ୍ୟରେ ପରିବା ଦର ଆକାଶ ଛୁଆଁ ହୋଇଛି । କଟକ ଛତ୍ରବଜାରରେ ପରିବା ଦର ବୃଦ୍ଧି ପାଇଛି । ଗୋଟିଏ ପଟେ ବନ୍ୟା ଦ୍ବାରା ପରିବା ନଷ୍ଟ ହୋଇଛି, ଅନ୍ୟପଟେ ଶ୍ରାବଣ ମାସ ଥିବାରୁ ପରିବା ଗୁଡ଼ିକର ଦାମ ବଢ଼ି ବଢ଼ି ଚାଲିଛି । ଫଳରେ ଗ୍ରାହକ ଏବେ ପରିବା କିଣିବା ଆଗରୁ ଶହେ ଥର ଭାବୁଛନ୍ତି । ଆଜି ଛତ୍ରବଜାରରେ କେଉଁ ପରିବା ଦାମ୍ କେତେ ରହିଛି । କଟକ ଛତ୍ରବଜାର ଦର ବାଇଗଣ – ୯୦ ଟଙ୍କା, ପୋଟଳ – ୮୦ ଟଙ୍କା, ଭେଣ୍ଡି – ୬୦ ଟଙ୍କା, କାଙ୍କଡ଼ – ୭୦ ଟଙ୍କା, ଦେଶୀ କାଙ୍କଡ଼ – ୨୫୦ ଟଙ୍କା, କଲରା – ୬୦ ଟଙ୍କା, ବିମ୍ସ – ୧୬୦ ଟଙ୍କା, ବିଲାତି – ୪୦ ଟଙ୍କା, କୁନ୍ଦୁରି – ୪୦ ଟଙ୍କା, ଫୁଲ କୋବି – ଗୋଟା ୭୦ ଟଙ୍କା, କଖାରୁ କିଲୋ – ୨୫ ଟଙ୍କା, ଗାଜର କିଲୋ ୪୦ ଟଙ୍କା, ସାରୁ – ୪୦ ଟଙ୍କା, କଞ୍ଚା ଲଙ୍କା – ୧୨୦ ଟଙ୍କା। ଚିନ୍ତାରେ ଗ୍ରାହକ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ