ସାମ୍ବାଦିକ ଦିଲୀପ ଖୁଣ୍ଟିଆଙ୍କୁ କରୋନା ଯୋଦ୍ଧା ସମ୍ମାନ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ଫୁଲଗଢିଆ ଗ୍ରାମର ସାମ୍ବାଦିକ, କାର୍ଟୁନିଷ୍ଟ, କବି ତଥା ସମାଜସେବୀ ଦିଲୀପ ଖୁଣ୍ଟିଆଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ମାନୀତ କରାଯାଇଛି । ସରସଦା ଠାରେ ଆମ ମାତୃଭୂମି ସେବା ସଂଗଠନ ଓ ମାତୃଭୂମି କାର୍ଯ୍ୟରତ ସାମ୍ବାଦିକ ସଂଘର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥି ଭାବେ ଏ.ଡି.ଏମ୍ ଶାନ୍ତନୁ କୁମାର ମହାନ୍ତି, ସମ୍ମାନୀତ ଅତିଥି ଏଲ.ଆର୍.ଓ ଏବଂ ଧାମରା ପି.ଆଇ କାର୍ତ୍ତିକ ଚନ୍ଦ୍ର ମଣ୍ଡଳ, ବନ୍ତ ତହସିଲଦାର ଅଙ୍କିତା ବାରିକ, ମୁଖ୍ୟ ବକ୍ତା ଭାବେ ମହିଳା ବିଜେଡି ସଂପାଦିକା ତଥା ସମାଜସେବୀ ସୁଜାତା ଜେନା, ସମାଜସେବୀ ପୁଷ୍ପଲତା ବେହେରା, ବନ୍ତ ଅତିରିକ୍ତ ତହସିଲଦାର ବିନିତାରାଣୀ କିସ୍କୁ, ଭଣ୍ଡାରିପୋଖରୀ ତହସିଲଦାର ସରୋଜକାନ୍ତ ନାୟକ, ବିଡିଓ ଦେବଦତ୍ତ ଦାସ, ଥାନାଧିକାରୀ ଅମିତାଭ ଦାସ ପ୍ରମୁଖ ଅତିଥି ମାନଙ୍କ ଗହଣରେ ତାଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି । କାର୍ଯ୍ୟକ୍ରମରେ ସଂଘର ସଭାପତି ସନ୍ତୋଷ ଜେନା, ସଂପାଦକ ଚନ୍ଦ୍ର ଶେଖର ରାଉତ, ରଞ୍ଜିତ କୁମାର ଜେନା, ମଳୟ ରଞ୍ଜନ ଦାସ, ମୁନ୍ନା ରାଉତ, ପ୍ରତାପ ମହାରଣା ଉପସ୍ଥିତ ଥିଲେ । ପ୍ରକାଶ ଥାଉକି, ଗତ ୨୦୧୯ କରୋନା ସଂକ୍ରମଣ ସମୟରୁ ଶ୍ରୀ ଖୁଣ୍ଟିଆ ଅଦ୍ୟାବଧି ନିରବଚ୍ଛିନ୍ନ ଖବର ପରିବେଷଣ ପାଇଁ ନିଜକୁ ନିୟୋଜିତ କରି ଆସିବା ସହ ବିଭିନ୍ନ ସ୍ଥାନ, ରାସ୍ତାଘାଟ, ଆଦିବାସୀ ବସ୍ତିରେ ମାକ୍ସ ବଣ୍ଟନ କରିଥିଲେ । ଏହି ସମ୍ବର୍ଦ୍ଧନା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଯାଇଛି ।


