ଶ୍ରୀରାମ କଲେଜ୍‌ରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା କାଶୀନଗର ସହର ଠାରେ ଥିବା ଶ୍ରୀରାମ କଲେଜର ଜାତୀୟ ସେବା ଯୋଜନା ଓ ୟୁଥ୍ ରେଡ୍‌କ୍ରସ ପକ୍ଷରୁ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରଶାନ୍ତ ବାନାପିଲିଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଜୟନ୍ତ ମିଶ୍ର, ଏମ୍‌.ଗଙ୍ଗାଧର, ପି.ଭେଙ୍କେଟରାଓ ଓ ଅଧ୍ୟାପିକା ଜି.ଶୋଭାରାଣୀ ପ୍ରମୁଖ ଭାଗ ନେଇଥିଲେ । ଉଲ୍ଲେଖିତ ଉଭୟ ସଂଗଠନର ସ୍ୱେଚ୍ଛାସେବୀମାନେ କଲେଜ୍ ହତାରୁ ଆବର୍ଜନା ଓ ଅନାବନା ଗଛ ହଟାଇଏହି ଅବସରରେ ଏକ ପରିଚ୍ଛନ୍ନ ପରିବେଶ ସୂତ୍ରଟି କରିଥିଲେ ବୋଲି ଅଧ୍ୟକ୍ଷଙ୍କ ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ