ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ମୁଳ ଲକ୍ଷ୍ୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଅନୁସୁଚିତ ଜାତି ଓ ଜନଜାତିର ସ୍ୱତନ୍ତ୍ର ସଚିବ ପବିତ୍ର ମଣ୍ଡଳ ଗତ ୨୯ତାରିଖ ଠାରୁ ୪ଦିନ ପାଇଁ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଅନୁଧ୍ୟାନ ଓ ସମୀକ୍ଷା କରି ୩୦ତାରିଖ ଦିନ ଫେରିଯାଇଛନ୍ତି । ଗଜପତି ଜିଲ୍ଲାର ଆର.ଉଦୟଗିରି,ନୁଆଗଡ,ରାୟଗଡ,ଗୁମ୍ମା ଆଦି ବ୍ଲକରେ ଆଦିବାସୀଙ୍କ ଉନ୍ନତି ପାଇଁ ରହିଥିବା ବିଭିନ୍ନ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କରିବା ସହ ଲୋକଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବା ସରକାରଙ୍କ ମୁଳ ଲକ୍ଷ୍ୟ ଅଟେ ବୋଲି ଅନୁସୁଚିତ ଜାତି ଓ ଜନଜାତିର ସ୍ୱତନ୍ତ୍ର ସଚିବ ପବିତ୍ର ମଣ୍ଡଳ ପ୍ରକାଶ କରି ଏହି ଉଦ୍ୟମ ସଦା ସର୍ବଦା ଜାରି ରହିଥିବ । ଏହି ଗସ୍ତ ସମୟରେ ସେ ଉପରୋକ୍ତ ବ୍ଲକ ଗୁଡିକର ଅନେକ ଗ୍ରାମରେ ପାଦଚଲାରେ ଗସ୍ତ କରି ଅନୁସୂଚିତ ଜାତି ଓ ଜନଜାତିର ବହୁ ଲୋକଙ୍କ ସହ ସାକ୍ଷାତ କରି ଆଲୋଚନା କରିଥିଲେ । ଏଥି ସହ ଏହି ଅଞ୍ଚଳର ବିଭିନ୍ନ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ କରି ଏହାର ସୁପରିଚାଳନା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନୁଆଗଡ ବ୍ଲକର ଡିସିସିଂ ଗ୍ରାମରେ ପହଞ୍ଚି ଶ୍ରୀଦେବୀ ମହିଳା ଗୋଷ୍ଠିଙ୍କ ଦ୍ୱାରା ପରିଚାଲିତ ଧାନ ମିଲ ପରିଦର୍ଶନ କରି ମହିଳା ମାନଙ୍କ ସ୍ୱାବଲମ୍ବି ଉପରେ ଗୁରୁତ୍ୱ ଦେବା ସହ ମହିଳା ଗୋଷ୍ଠୀଙ୍କୁ ଆହୁରି ରୋଜଗାରକ୍ଷମ କରିବା ପାଇଁ ମାଛ ଚାଷ ଓ କୁକୁଡା ପାଳନ ପାଇଁ ଆବଶ୍ୟକ ସହେଯାଗ କରାଯିବ ବୋଲି କହିଥିଲେ । ସେହିପରି ଦୋଘରିଆ ଆଶ୍ରମ ବିଦ୍ୟାଳୟ,ଫଟାଚାଞ୍ଚଡା ଗ୍ରାମର ଜୈବିକ ପଦ୍ଧତ୍ତିରେ ଆରମ୍ଭ ହୋଇଥିବା ବାସୁମତି ଧାନ ଚାଷ,ସୁଣ୍ଡରବା ବାଲିକା ଆଶ୍ରମ ବିଦ୍ୟାଳୟ ନିର୍ମାଣ ଆଦିକୁ ଅନୁଧ୍ୟାନ କରିବା ସହ ଛେଳିଗଡ ଜଳପ୍ରକଳ୍ପ ଦ୍ୱାରା ବିସ୍ତାପିତ ୨୪ ପରିବାରଙ୍କ ସହ ଆଲୋଚନା ଏବଂ ତୁରନ୍ତ ସେମାନଙ୍କୁ ଉପଯୁକ୍ତ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଗୁମ୍ମା ବ୍ଲକରେ କାର୍ଯ୍ୟରତ ମିଶନ ଜୀବିକା କାର୍ଯ୍ୟକାରୀ କିପରି ଚୀଲିଛି ତାହା ସମିକ୍ଷା କରିବା ସହ ଏସ କୁର୍ଲୁଣ୍ଡା ଗ୍ରାମର କୁକୁଡା ପାଳନ,ମୁନୁସିଂ ଗ୍ରାମର ରବର ପ୍ଲାଣ୍ଟ,କୃଷ୍ଣଚନ୍ଦ୍ରପୁର ଗ୍ରାମର ଛାତ୍ରାବାସ,ଦୋଘବା ପଞ୍ଚାୟତର ୪ଗୋଟି କ୍ଷେତ ପୋଖରୀ,ବଡକଳାକୋଟ ଗ୍ରାମର ଆଶ୍ରମ ବିଦ୍ୟାଳୟ ଆଦିକୁ ଅନୁଧ୍ୟାନ ଓ ପରିଦର୍ଶନ କରିବା ସହ ଗୁମ୍ମା ବ୍ଲକରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉନ୍ନତି ଓ ବିକାଶକୁ ନେଇ ପଦସ୍ଥ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ । ସ୍ୱତନ୍ତ୍ର ଶଚିବଙ୍କ ଏହି ଗସ୍ତ ସମୟରେ ଗଜପତି ଆଇଟିଡିଏ ପିଏ ସରୋଜ ବେହେରା,ଜିଲ୍ଲା ମଙ୍ଗଳ ଅଧିକାରୀ ଶନ୍ତୋଷ କୁମାର ରଥ, ଆଇଟିଡିଏ ସ୍ୱତନ୍ତ୍ର ଅଧିକାରୀ ଯୋତିକୃଷ୍ଣ ବେହେରା, ଆଇଟିଡିଏ ପ୍ରକଳ୍ପ ପରିଚାଳନା ଅଧିକାରୀ ଗୌତମ ସ୍ୱାଇଁ,ମନରେଗା ସଂଯୋଜକ ଆଲୋକ ସାହୁ ପ୍ରମୁଖଙ୍କ ସହ ବହୁ ପଦାଧିକାରୀ ଯୋଗ ଦେଇଥିଲେ ।


