ଶ୍ରୀ ଶ୍ରୀ ଶ୍ରୀ ଗଙ୍ଗାଧର ପାଣି (ମହାପ୍ରଭୁ) ମନ୍ଦିରରେ ପବିତ୍ର କାର୍ତ୍ତିକ ମାସରେ ହଜାର ହଜାର ଭକ୍ତଙ୍କ ଦର୍ଶନ

ବ୍ରହ୍ମପୁର,(ଶିଶିର କୁମାର ପଟନାୟକ): ଗୁରୁଣ୍ଠି ଲୁଚାପୋଡ଼ା ରୋଡ଼ ସ୍ଥିତ ଶ୍ରୀ ଗଙ୍ଗାଧର ପାଣି (ମହାପ୍ରଭୁ) ମନ୍ଦିରରେ କାର୍ତ୍ତିକ ମାସ ସୋମବାର ତଥା ସଂକ୍ରାନ୍ତି ଉପଲକ୍ଷେ ଦଶ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭୋରରୁ ମନ୍ଦିରରେ ପୂଜାର୍ଚ୍ଚନା, ଆଳତି, ନାମଯଜ୍ଞ ସହ ମନ୍ଦିର ପୂଜକ ନାରାୟଣ ଦାସ (ବାପ)ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୦୮ ବେଲପତ୍ର ଅର୍ପଣ ସହ ରୁଦ୍ରାଭିଷେକ/ମହା ମୃତ୍ୟୁଞ୍ଜୟ ମନ୍ତ୍ର ଧ୍ୱନିରେ ମନ୍ଦିର ପ୍ରାଙ୍ଗଣ ପୁରି ଉଠିଥିଲା। ନିମଖଣ୍ଡି ଥାନା କର୍ମଚାରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଧାଡ଼ି ବ୍ୟବସ୍ଥା କରାଯାଇ ପ୍ରତ୍ୟେକ ଭକ୍ତଙ୍କୁ ଦର୍ଶନର ସୁବିଧା କରାଯାଇଥିଲା। ମନ୍ଦିର ପରିଚାଳନା କମିଟି ସଭାପତି ସି.ଏଫ. ମହେନ୍ଦ୍ର ସୁବୁଦ୍ଧି ଓ କାର୍ଯ୍ୟକାରୀ ସଭାପତି ମନୋଜ ଦାଶଙ୍କ ଦିଗଦର୍ଶନରେ ସଭ୍ୟ ମାନଙ୍କୁ ନେଇ ଧାଡ଼ି ବ୍ୟବସ୍ଥାରେ ଦର୍ଶନ ଓ ଭକ୍ତମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା କରାଇଥିଲା । ପ୍ରସାଦ ସେବନ କାର୍ଯ୍ୟରେ ମନ୍ଦିର କମିଟିର ସମ୍ପାଦକ ନୃସିଂହ ଆଚାର୍ଯ୍ୟ, ସହ ସମ୍ପାଦକ ଦୁର୍ଗା ପ୍ରସାଦ ମହାପାତ୍ର, ଉପସଭାପତି ଲୋକନାଥ ବେହେରାଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମନ୍ଦିରର ବିଶେଷ ଭକ୍ତ ଓ ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ମାନଙ୍କ ତରଫରୁ ପ୍ରସାଦ ସେବନ ଆୟୋଜିତ କରାଯାଇଥିଲା।
ଏଥ୍ ପୂର୍ବରୁ କମିଟି ସଭାପତିଙ୍କ ଦ୍ୱାରା ଆୟୋଜିତ ବୈଠକରେ ଆସନ୍ତା ଡିସେମ୍ବର ମାସ ୮, ୯ ଓ ୧୦ ତାରିଖରେ ଶ୍ରୀ ଗଙ୍ଗାଧର ମହାପ୍ରଭୁଙ୍କ ମନ୍ଦିର ସିଂହଦ୍ୱାର, ଦଧିନଉତି, ଚୂଡ଼ା ଓ ୧୦୮ କଳସ ଯାତ୍ରା ଅନୁଷ୍ଠିତ ହେବା ନୂତନ ମନ୍ଦିର ପ୍ରତିଷ୍ଠା। ନିମନ୍ତେ ବିଧିବଦ୍ଧ ପୂଜାର୍ଚ୍ଚନା ନାରାୟଣ ଦାସ (ବାପ ପୁରୋହିତ)ଙ୍କ ଦ୍ୱାରା କାର୍ଯ୍ୟକ୍ରମ ସହ ମନ୍ଦିର ପ୍ରତିଷ୍ଠା ପୂଜା ସେହିଦିନ ଶୁଭାରମ୍ବ ହେବା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ