ଶ୍ରୀ ସତ୍ୟସାଇ ସେବା ସମିତି ପକ୍ଷରୁ ଶ୍ରୀବଳଦେବଜୀଉ ମନ୍ଦିର ସଫେଇ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପବିତ୍ର ଶ୍ରୀଗୁଣ୍ଡିଚାରେ ଇଛାପୁରସ୍ଥିତ ସିଦ୍ଧ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସରକୁ ଶ୍ରୀ ସତ୍ୟସାଇ ସେବା ସମିତି, କେନ୍ଦ୍ରାପଡା ପକ୍ଷରୁ ସଫେଇ କରାଯାଇଥିଲା । ସମିତିର ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ସଫେଇ କାର୍ଯ୍ୟକ୍ରମରେ ପ୍ରାକ୍ତନ ଆବାହକ ପ୍ରବୋଧ କୁମାର ରାୟ, ଆବାହକ ନୃସିଂହ ଚରଣ ତ୍ରିପାଠୀ, ଗୈାରାଙ୍ଗ ମୁଦୁଲି, ଲକ୍ଷ୍ମଣ ସାହୁ, ସେବା ସଂଯୋଜକ ପରିକ୍ଷିତ ସାହୁ, ମନୋଜ ସୂତାର, କିଶୋର ଭାଇ, ମଣ୍ଟୁଭାଇ,ମିଲୁ ଭାଇ ଓ ଭଉଣୀ ଅଙ୍ଗୁରବାଳା ସ୍ୱାଇଁ, ପ୍ରମିଳା ସାହୁ, ସାବିତ୍ରୀ ସେଠୀ, ଉଷାରାଣୀ ନାୟକ, ନିହାରିକା ସ୍ୱାଇଁ, କାବେରୀ ଆଚାର୍ଯ୍ୟ, ମୀରା ରାୟଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ମନ୍ଦିର ବେଢା ପରିସରକୁ ସଫେଇ କରିଥିଲେ ।