ଶ୍ୟାମସୁନ୍ଦରପୁରର ବିଶ୍ୱଜିତ ପାଇଲେ ନିଟ୍

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗ୍ରାମପଞ୍ଚାୟତର ଶ୍ୟାମସୁନ୍ଦରପୁର ଗ୍ରାମର ଦିଲ୍ଲିପ କୁମାର ମିଶ୍ର ଏବଂ ଭାର୍ଗବୀ ଦାଶଙ୍କ ପୁତ୍ର ବିଶ୍ୱଜିତ ମିଶ୍ର ଚଳିତ ବର୍ଷ ସର୍ବ ଭାରତୀୟ ସ୍ତରରେ ଡାକ୍ତରୀ ପାଠ ପଢିବା ପାଇଁ ଅନୁଷ୍ଠିତ ପ୍ରବେଶିକା ପରୀକ୍ଷା ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍)ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ କେନ୍ଦ୍ରାପଡା ପାଇଁ ଗୈାରବ ଆଣି ଦେଇଛନ୍ତି । ବିଶ୍ୱଜିତ ସର୍ବ ଭାରତୀୟ ସାଧାରଣ(ଇଡବ୍ଲୁଏସ) ର‌୍ୟାଙ୍କରେ ୭୨୦ରୁ ୬୩୫ ନମ୍ବର ରଖି ସଫଳତା ରଚିଛନ୍ତି । ବିଶ୍ୱଜିତ ୨୦୧୮ ମସିହା ମାଟ୍ରିକ ପରୀକ୍ଷାରେ ୯୨.୩ ପ୍ରତିଶତ ମାର୍କ ରଖି ଉର୍ତ୍ତୀର୍ଣ୍ଣ ହେବା ପରେ ୨୦୨୦ମସିହାରେ +୨ ବିଜ୍ଞାନ ପରୀକ୍ଷାରେ ୯୦.୩ପ୍ରତିଶତ ମାର୍କ ରଖି ସମଗ୍ର ଜିଲ୍ଲାରେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ବିଶ୍ୱଜିତ ନିଟ୍ ପରୀକ୍ଷା ପାଇଁ ଦିନକୁ ୧୦ରୁ ୧୨ଘଣ୍ଟା ପରିଶ୍ରମ କରି ନିଜକୁ ପ୍ରସ୍ତୁତ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଭାବେ ପରିଚିତ । ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଛାର ସୁଅ ଛୁଟିଥିବା ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ