ଷ୍ଟାଞ୍ଜା ଲିଭିଂର ସମ୍ପ୍ରସାରଣ ସାତ ନୂଆ ସହରରେ ପରିଚାଳନା ଆରମ୍ଭ

ନୂଆଦିଲ୍ଲୀ, (ଏଜେନ୍ସି): ଭାରତର ବୃହତ୍ତ ଷ୍ଟୁଡ଼େଣ୍ଟ ହାଉସିଂ ବ୍ରାଣ୍ଡ-ଷ୍ଟାଞ୍ଜା ଲିଭିଂ ପକ୍ଷରୁ ସମ୍ପୂର୍ଣ୍ଣ ଭାରତରେ ସମ୍ପ୍ରସାରଣ ସ୍ୱରୁପ ହାଇଦ୍ରାବାଦ, ଚେନ୍ନାଇ, କୋଏମ୍ବାଟୁର, ଇନ୍ଦୋର, ପୂନେ, ବରୋଦା ଏବଂ ଦେହେରାଦୁନରେ ଏହାର ସମ୍ପୂର୍ଣ୍ଣ ପରିଚାଳନା ଆରମ୍ଭ କରାଯାଇଛି । ଏଥି ସହିତ, କମ୍ପାନୀ ଦଶଟି ସହରରେ ଜାତୀୟ ଇନଭେନଟୋରି ସଂଖ୍ୟା ୨୨,୦୦୦ବେଡ଼୍ରେ ପହଞ୍ଚିବ, ଯାହାକି ୨୪ ମାସରେ ୧୫୦ ଗୁଣରୁ ଅଧିକ ବୃଦ୍ଧି ପାଇଛି । କମ୍ପାନୀ ପକ୍ଷରୁ ଆହୁରୀମଧ୍ୟ ୨୦୧୮-୧୯ ଆର୍ଥିକ ବର୍ଷରେ ୨୦ କୋଟି ଲାଭ ହାସଲ କରିଛି । ଉକ୍ତ ଅଭିବୃଦ୍ଧି ରଣନୀତିର ଏକ ଅଂଶ ସୁରୂପ, ଷ୍ଟାଞ୍ଜା ଲିଭିଂ ପକ୍ଷରୁ ନେଟୱାର୍କ ସମ୍ପ୍ରସାରଣ ପାଇଁ ଦୃଷ୍ଟି କେନ୍ଦ୍ରିତ କରାଯାଇଛି । ଏହାର ଜ୍ଞାନକୌଶଳ ପ୍ଲାଟଫର୍ମକୁ ସୁଦୃଢ କରାଯିବା ସହିତ ବିଭିନ୍ନ ସହରରେ ଟିମ୍ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି । ୨୦୨୧ ସୁଦ୍ଧା ଏହା ୧ ଲକ୍ଷ ବେଡ଼ରୁ ଅଧିକରେ ପହଞ୍ଚିପାରେ ବୋଲି ଆଶା ଏବଂ ବିଶ୍ୱାସ କରାଯାଇଛି । କମ୍ପାନୀ ପକ୍ଷରୁ ଏକ ଫୁଲ ଷ୍ଟାକ୍ ମଡ଼େଲର ପରିଚାଳନା କରାଯାଉଛି, ଯାହାକି ଏହାର ସମ୍ପୂର୍ଣ୍ଣ କାର୍ଯ୍ୟଧାରା ଅଧିନରେ ସମସ୍ତ ବିଦ୍ୟାର୍ଥୀ ଆବାସକୁ ଏଣ୍ଡ ଟୁ ଏଣ୍ଡ ମ୍ୟାନେଜମେଣ୍ଟ ପ୍ରଦାନ କରୁଛି । ଏହା ଏକ ସମ୍ପ୍ରସାରିତ ଜ୍ଞାନକୌଶଳ ପ୍ଲାଟଫର୍ମ ମାଧ୍ୟମରେ କରାଯାଉଛି । ଏହା ବିନା ଘାତପ୍ରତିଘାତରେ ବିଭିନ୍ନ ସେବା ଯେପରିକି, ଖାଦ୍ୟ, ୱାଇଫାଇ, ଲଣ୍ଡ୍ରି, ହାଉସକିପିଂ, ସିକ୍ୟୁରିଟି ସେଟଅପ୍ (ସିସିଟିଭି କ୍ୟାମେରା, ବାଓମେଟ୍ରିକ୍ ଆସେସ୍) ଏବଂ ଆହୁରୀ ଅଧିକ ପ୍ରଦାନ କରିଥାଏ । ସ୍ମାର୍ଟ ଲିଭିଂ ଉପରେ ଦୃଷ୍ଟି କେନ୍ଦ୍ରିତ ସୁରୂପ, କମ୍ପାନୀ ପକ୍ଷରୁ ବିଦ୍ୟାର୍ଥୀଙ୍କ ପାଇଁ ଷ୍ଟାଞ୍ଜା ରେସିଡ଼େଣ୍ଟ ଆପ୍ ପ୍ରଦାନ କରାଯାଉଛି । ୨୦୧୭ରେ ଏହାର କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ, ନିବେଶକଙ୍କ ଠାରୁ ପାଖାପାଖି ୧୭ ମିଲିୟନ (ଭାରତୀୟ ମୁଦ୍ରାରେ ୧୧୫ କୋଟି) ହାସଲ କରିଛି । ଯେଉଁଥିପାଇଁ ଏହା ଦେଶରେ ବୃହତ୍ତ ପାଣ୍ଠିଯୁକ୍ତ ଷ୍ଟୁଡ଼େଣ୍ଟ ହାଉସିଂ ଅପରେଟର୍ ପରିଣତ ହୋଇଛି । କମ୍ପାନୀର ବର୍ତ୍ତମାନ ୧୦ଟି ସହରରେ ୧୦୦ ବିଦ୍ୟାର୍ଥୀ ରେସିଡ଼େନ୍ସ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ