ସଂକୁଳ ସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ

ଛତ୍ରପୁର,(ୱାଇଏନଏସ): କ୍ରୀଡାଙ୍ଗନ ଠାରେ ଛତ୍ରପୁର ସଂକୁଳ ଅନ୍ତର୍ଗତ ଗୋପାଳପୁର, ରମ୍ଭା,ଛତ୍ରପୁର, ଗଞ୍ଜାମ, ନରେନ୍ଦ୍ରପୁର ଓ ଭଂଜବିହାର ସଂକୁଳ ସ୍ତରୀୟ ବାର୍ଷିକ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଅଛି । କାର୍ଯ୍ୟକ୍ରମକୁ ମୁଖ୍ୟଅତିଥି ଭାବେ ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ଶାରଦା ପ୍ରସାଦ ଦାଶ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ। ସେ ଶିଶୁମାନଙ୍କୁ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶରେ ଏକ ସୁସ୍ଥ ଯୁବ ସମାଜ ଗଠନ ଉପରେ ଗୁରୁତ୍ବପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରମୁଖ ବିପିନ ଚନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଅତିଥିମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ। ସମାରୋପ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳର ଚେୟାରମ୍ୟାନ ଶ୍ରୀମତି ଶର୍ମିଷ୍ଠା ପ୍ରଧାନ ଏବଂ ସମ୍ମାନୀତ ଅତିଥି ରୁପେ ଛତ୍ରପୁର ସହରର ଯୁବ ସମାଜସେବୀ ଶ୍ରୀଯୁକ୍ତ କେ. ଚନ୍ଦ୍ରଶେଖର ରେଡ୍ଡୀ ଯୋଗ ଦେଇ ଦୀପ ପ୍ରଜ୍ଜଳନ କରିବା ସହ ସମସ୍ତ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ।ସେହିପରି ସମ୍ମାନିତ ଅତିଥିରୂପେ ଅବସରପ୍ରାପ୍ତ କ୍ରୀଡାଶିକ୍ଷିକା ସୁଜାତା ପାତ୍ର ଯୋଗ ଦେଇ ଜଣେ ଆଦର୍ଶ ଛାତ୍ର କେବଳ ଶାରୀରିକ ଶିକ୍ଷା ଦ୍ବାରା ହିଁ ଶୃଙ୍ଖଳିତ ହୋଇ ପାରିବେ। ଉକ୍ତ କ୍ରୀଡାରେ ଛତ୍ରପୁର ସଂକୁଳର ୬ଟି ବିଦ୍ୟାଳୟ ଯଥା ଛତ୍ରପୁର, ଗଞ୍ଜାମ, ରମ୍ଭା, ନରେନ୍ଦ୍ରପୁର, ଭଞ୍ଜବିହାର, ଗୋପାଳପୁରର ପ୍ରାୟ ୨୩୬ ଜଣ ଶିଶୁ ଭାଗ ନେଇଥିବା ବେଳେ ବିଭିନ୍ନ ବିଦ୍ୟାଳୟର ୨୨ଜଣ ଆଚାର୍ଯ୍ୟ ଆଚାର୍ଯ୍ୟା କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ । ଛତ୍ରପୁର ସଂକୁଳର ସଂଯୋଜନ ତଥା ପ୍ରଧାନାଚାର୍ଯ୍ଯ ରବୀନ୍ଦ୍ର ନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। କ୍ରୀଡାରେ ସ୍ଥାନୀୟ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ହାଇକୋର୍ଟ ଆଇନଜୀବି ପଦ୍ମଚରଣ ସାହୁ ଅଧ୍ୟକ୍ଷତା କରିଥୁଲେ।ସହ ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପସଭାପତି ଗୀତା ପାଢି ମଞ୍ଚାସୀନ ଥିଲେ। ଗଞ୍ଜାମର ପ୍ରଧାନାଚାର୍ଯ୍ୟ ଆଦିତ୍ୟ ମହାପାତ୍ର , ରମ୍ଭାର ପ୍ରଧାନାଚାର୍ଯ୍ୟ ଶ୍ରୀଧର ପ୍ରଧାନ, ନରେନ୍ଦ୍ରପୁରର ପ୍ରଧାନାଚାର୍ଯ୍ୟ ତ୍ରିନାଥ ନାୟକ, ଭଞ୍ଜବିହାର ପ୍ରଧାନାଚାର୍ଯ୍ୟ ଦଣ୍ଡପାଣି ସାହୁ, ଗୋପାଳପୁରର ପ୍ରଧାନାଚାର୍ଯ୍ୟା ଅନୀତା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ସଂକୁୁଳ ଶାରିରୀକ ଆଚାର୍ଯ୍ୟ ଚତୁର୍ଭୁଜ ତ୍ରିପାଠୀ ସଂକୁଳ କ୍ରୀଡାର ବୃତ୍ତ ପଠନ କରିଥିଲେ । ଶେଷରେ ବିଦ୍ୟାଳୟର ସମ୍ପାଦକ ସନ୍ତୋଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିବା ସହ କ୍ରିଡ଼ାରେ ବିଜୟୀ ହେଇଥିବା ଶ୍ରେଷ୍ଠ ଖେଳାଳୀ ମାନଙ୍କୁ କୃତଜ୍ଞତା ଜଣାଇଥିଲେ। କ୍ରୀଡାରେ ୧୦୦ମି, ୨୦୦ମି, ୪୦୦ମି, ୮୦୦ମି, ୧୫୦୦ମି, ୩୦୦୦ମି, ଉଚ୍ଚଡିଆଁ, ଲମ୍ବ ଡିଆଁ, ଗୋଳାଫିଙ୍ଗା, ଥାଳିଆ ଫିଙ୍ଗା, ବର୍ଚ୍ଛାଫିଙ୍ଗା, ହଡଲ୍ସ ଓ ରିଲେ ଦୌଡ ଆଦି ଅନୁଷ୍ଠିତ ହୋଇ ଥିଲା। ଶେଷ୍ଠ ପ୍ରତିଭାଗୀ ହିଞ୍ଜିଳିକାଟୁ ଠାରେ ଅନୁଷ୍ଠିତ ହେବାକୁ ଥିବା ସଂଭାଗ କ୍ରୀଡାରେ ଭାଗନେବେ ବୋଲି ଜଣା ପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ