ସଂଗ୍ରାମ କେଶରୀ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ହାଟଡିହି, (ବିକାଶ ବିଶ୍ୱାଳ) :ଶଙ୍ଖଣା, ତେନ୍ତୁଲିନଣ୍ଡାର ଅଭିରାମେଶ୍ୱର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଚାଲିଥିବା ସଂଗ୍ରାମ ମେମୋରିଆଳ କ୍ରିକେଟ ଟୁଚର୍ଣ୍ରାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜିର ଫାଇନାଲ ମ୍ୟାଚରେ ରମ୍ପାସ କ୍ରିକେଟ କ୍ଲବ ଆର.କେ.ସି.ଟି କପୁଣ୍ଡିକୁ ପରାସ୍ତ କରି ଚମ୍ପିୟନ ହୋଇଥିଲା । ରମ୍ପାସ ପ୍ରଥମେ ଟସଜିତି ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ଓଭରରେ ୮ଉଇକେଟ ହରାଇ ୭୧ରନ କରିଥିବାବେଳେ ତାର ଜବାବରେ ଆର.କେ.ସି.ଟି ସମସ୍ତ ଉଇକେଟ ହରାଇ ୬୪ରନ କରିଥିଲା । ପୁରସ୍କାର ବିତରଣୀ ଉତ୍ସବରେ ବିଶିଷ୍ଟ ଶିଳ୍ପପତି ମନୋଜ କୁମାର ଜେନା ଓ ମରୈଗାଁ ପଞ୍ଚାୟତର ସରପଞ୍ଚ ସତ୍ୟଭାମା ଜେନା ଅତିଥି ଭାବେ ଯୋଗଦେଇ ଚମ୍ପିୟନ ଓ ରନର୍ସଅପ ଟ୍ରଫି ପ୍ରଦାନ କରିଥିଲେ । ଏହି ଉତ୍ସବରେ ମାଧବାନନ୍ଦ ନାୟକ, ରମାକାନ୍ତ ପହି, କିସାନ ସାହୁ, ସୁମନ୍ତ ନାୟକ, ପ୍ରତାପ ରାଉତ, କ୍ଷୀରୋଦ ରାଉତ, ରବିନ୍ଦ୍ର ଜେନା, ରମାକାନ୍ତ ସାହୁ, ପ୍ରମୁଖ ବରିଷ୍ଠ ନାଗରିକ ମାନେ ଯୋଗଦେଇଥିଲେ । ବିଜେନ୍ଦ୍ର ମଲ୍ଲିକ, ଶିଶିର ପହି, ଦୀପକ ନାୟକ, ବୁବୁ ନାୟକ, ସିଦ୍ଧୁ ନାୟକ, ସଚିନ ପହି, ରାହୁଳ ପହି, ଅନିଲ ଆୟଚ, ପ୍ରେମାନନ୍ଦ ଘଡେଇ, ଐଶର୍ଯ୍ୟ ଆୟଚ, ସ୍ୱରାଜ ଆୟଚ, କାଳିଆ ପହି, ଅଜୟ ବାରିକ, ସୁଶାନ୍ତ ଜେନା, ଦୀନବନ୍ଧୁ ଜେନା, ରତିକାନ୍ତ ଜେନା,ନଣ୍ଡା ଜେନା, ଶିବୁ ନାୟକ, ଟିକିନା ମଲ୍ଲିକ, ବାପୁନୁ ବାରିକ, ହେମନ୍ତ ନାୟକ, ସୁବ୍ରତ ନାୟକ, ବିଜୟ ପହି, ବିପ୍ଳବ ପହି, ଟୁଲୁ ନାୟକ, କୁଲୁ ନାୟକ, ବାଦଲ ମଲ୍ଲିକ, ବାପୁନୁ ମଲ୍ଲିକ, ଗଜେନ୍ଦ୍ର ପହି, ଭୀମା ନାୟକ, କହ୍ନେଇ ପହି ପ୍ରମୁଖ କ୍ଲବ ସଦସ୍ୟ ମାନେ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।


