ସଂଘବଦ୍ଧ ଆକ୍ରମଣରେ ଜଣେ ଆହତ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ଥାନା ଅଧିନ ସାନବର୍ଚ୍ଚିକୟାଁ ଗ୍ରାମର ଜନୈକ ବ୍ୟକ୍ତିଙ୍କୁ ସଂଘବଦ୍ଧ ଆକ୍ରମଣ କରିିବା ଘଟଣାରେ ପୋଲିସ ୬ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି । ଅଭିଯୋଗରୁ ପ୍ରକାଶ ଯେ, ଗୁରବାର ସାନବର୍ଚ୍ଚିକୟାଁ ଗ୍ରାମର ହେମନ୍ତ କୁମାର ଦାସ ବନ୍ତରୁ ଘରକୁ ଫେରିବା ପରେ ସେହିଗ୍ରାମର ୬ ଜଣ ବ୍ୟକ୍ତି ତାଙ୍କୁ ଅଶ୍ଳୀଳଭାଷାରେ ଗାଳିଗୁଲଜ କରିବା ସହିତ ସଂଘବଦ୍ଧ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ପୋଲିସ କେସ ନଂ-୬୪/୨୦ ମୂଳେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ