ସଡକ ଦୁର୍ଘଟଣାରେ କ୍ରୀଡାବିତ୍ ନାରାୟଣ ନାୟକଙ୍କ ପରଲୋକ

ବନ୍ତ, (ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପୋଡାପାଟଣା ଗ୍ରାମର କ୍ରୀଡାବିତ୍ ନାରାୟଣ ଚନ୍ଦ୍ର ନାୟକ(୬୩)ଙ୍କର ସଡକ ଦୁର୍ଘଟଣାରେ ପରଲୋକ ଘଟିଛି । ଶନିବାର ଶ୍ରୀ ନାୟକ କୌଣସି ଏକ କାର୍ଯ୍ୟରେ ନିଜ ପତ୍ନୀଙ୍କ ସହିତ ବାଇକ୍ ଯୋଗେ ପୀରହାଟ ଯାଇ କାର୍ଯ୍ୟ ସାରି ଫେରୁଥିବା ବେଳେ ଭଦ୍ରକ ମୋଟେଲ ଛକ ନିକଟରେ ସମ୍ମୁଖରୁ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ପତ୍ନୀ ତଳେ ପଡି ଯାଇଥିବା ବେଳେ ଶ୍ରୀ ନାୟକ କିଛି ବାଟ ଘୋସାରି ହୋଇ ଯାଇଥିଲେ । ଦୁର୍ଘଟଣାରେ ସେ ଗୁରୁତର ହୋଇଥିବା ବେଳେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱର୍ଗତ ନାୟକଙ୍କ ମରଶରୀର ନିଜ ଗ୍ରାମରେ ପହଞ୍ôଚବା ପରେ ଶୋକାକୂଳ ପରିବେଶରେ ଶେଷକୃତ୍ୟ ସଂପନ୍ନ କରାଯାଇଥିଲା । ପୁତ୍ର ପ୍ରଶ୍ନଦତ୍ତ ମୁଖାଗ୍ନି ଦେଇଥିଲେ । ତାଙ୍କ ମୃତ୍ୟୁରେ ପତ୍ନୀ, ୨ ଝିଅ ଓ ପୁଅଙ୍କ ସମେତ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡିଛନ୍ତି । ସେ ଜଣେ ସଫଳ କ୍ରୀଡାବିତ୍ ଥିଲେ । ତାଙ୍କ ପ୍ରଚେଷ୍ଟାରେ ସମଗ୍ର ବ୍ଲକରୁ ବହୁ ଯୁବଛାତ୍ର ଜିଲା ଓ ରାଜ୍ୟରେ କ୍ରୀଡା କ୍ଷେତ୍ରରେ ସୁନାମ ଅର୍ଜ୍ଜନ କରିପାରିଛନ୍ତି । ସେ ଭଦ୍ରକ ଜିଲା ନେଟ୍ ବଲ୍ ସଂଘର ସଂପାଦକ ଥିଲେ । ଦୀର୍ଘ ୧୦ ବର୍ଷ ଧରି ସେ ଜିଲା ତଥା ରାଜ୍ୟରେ ନେଟ୍‌ବଲ ଖେଳର ପ୍ରସାର ଓ ପ୍ରଚାର ନିମନ୍ତେ କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି । ତାଙ୍କ ମୃତ୍ୟୁରେ ଓଡିଶା ନେଟ୍‌ବଲ୍ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଥିବା ବେଳେ ସମଗ୍ର ବ୍ଲକରେ ଶୋକର ଛାୟା ଖେଳି ଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ