କ୍ରିଏଟିଭ୍ ସ୍କୁଲର ବାର୍ଷିକୋତ୍ସବ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ରାଜଧାନୀର ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ \”କ୍ରିଏଟିଭ୍ ସ୍କୁଲ୍‌’ର ବାର୍ଷିକୋତ୍ସବ ଶନିବାର ସନ୍ଧ୍ୟାରେ ସ୍ଥାନୀୟ ଲୁମ୍ବିନୀ ବିହାରସ୍ଥିତ କମ୍ୟୁନିଟି ହଲ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି ।ଏହି ଉତ୍ସବରେ ଉତ୍ତର ଭୁବନେଶ୍ୱରର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରି କହିଲେ ଯେ, ଚନ୍ଦ୍ରଶେଖରପୁର ହେଉଛି ଶିକ୍ଷାର ହବ୍ । ଶିକ୍ଷା ହିଁ ଜୀବନର ସମୃଦ୍ଧିରେ ଅସଲ ଚାବିକାଠି । ସମ୍ମାନିତ ଅତିଥି ଭାବେ ଆଇ.ଏ.ଏସ୍‌. ଶ୍ରୀ ଦାଶରଥି ଶତପଥି ଯୋଗଦେଇ ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଏବଂ ଶୃଙ୍ଖଳାଜ୍ଞାନ ବୃଦ୍ଧିରେ ଶିକ୍ଷାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ଘାଷିରାମ ପଣ୍ଡା ଶିକ୍ଷାର ମାନଦଣ୍ଡ ଉଚ୍ଚମାନର ହେଲେ ହିଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଉଜ୍ୱଳମୟ ହୋଇଥାଏ ବୋଲି କହିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ସ୍ଥାନୀୟ କର୍ପୋରେଟର ଶ୍ରୀମତୀ ମୋନାଲିସା ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ସ୍କୁଲର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ସ୍କୁଲର ପ୍ରତିଷ୍ଠାତା ଶ୍ରୀମତୀ ସୁସ୍ମିତା ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ କୁମାର ସେନାପତି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯିବା ସହିତ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କ୍ରିଏଟିଭ୍ ସ୍କୁଲର ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ସହାୟତାରେ କାର୍ଯ୍ୟକ୍ରମଟି ସାଫଲ୍ୟମଣ୍ଡିତ ହୋଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ