ସଦର ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବିଜୁ ଜନତାଦଳ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୭୭ତମ ଜନ୍ମଦିବସ ରବିବାର ପାଳିତ ହୋଇଯାଇଛି । ସଦର ବିଧାୟକ ସ୍ୱରୂପ କୁମାର ଦାସଙ୍କ ତତ୍ତ୍ୱାବଧାନରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସେବା ଦିବସ ଭାବେ ପାଳନ କରାଯାଇଛି । ଏନେଇ ସକାଳେ ସ୍ଥାନୀୟ ଝାଡ଼େଶ୍ୱର ମହାଦେବଙ୍କଠାରେ ୧୦୮ ଜଳାଭିକେ, ପୂଜାର୍ଚ୍ଚନା ଓ ସାମୂହିକ ପ୍ରାର୍ଥନା ସହ ବିଜେଡି କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ । ପରେ କଚେରି ହତା ସଫେଇ, ମିଶନ ସ୍କୁଲ ପଡ଼ିଆରେ ବୃକ୍ଷରୋପଣ, ରେମୁଣା ଗୋଲେଇ ଗୁରୁଦ୍ୱାରରେ ପୂଜାର୍ଚ୍ଚନା ଏବଂ ରାଣୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ଜନ୍ମଦିନ କେକ କଟା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କରିଥିଲେ ।ଏହି ଅବସରରେ ଭୁଜାଖିଆ ପୀର ବାବାଙ୍କ ଆସ୍ଥାନ ଓ କ୍ୟାଥୋଲିକ ଚର୍ଚ୍ଚରେ ସାମୂହିକ ପାର୍ଥନା କରାଯାଇଥିଲା । ସଦର ବିଧାୟକ ଶ୍ରୀ ଦାସଙ୍କ ସହ ପୌର ଉପାଧ୍ୟକ୍ଷ କୈଳାସ ସେଠୀ, ପୂର୍ବତନ ପୌର ଉପାଧ୍ୟକ୍ଷ ମନୋଜ ରାଉତ, ବିଜେଡି ସଦର ଶାଖା ସଭାପତି ବସନ୍ତ ପଣ୍ଡା, ଟାଉନ ସଭାପତି ସନତ ଦାସ, ବରିଷ୍ଠ ବିଜେଡି ନେତା ରଂଜନ ବାଗ, ଗୌରୀ କୁମାର ରାଉତ, ଯଯାତି ଦାସ, ବିଜେଡି ଯୁବ ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ମହିଳା ଶାଖା ସଭାପତି ଦୀପାରାଣୀ ସାହୁ, ରାଜ୍ୟ ଯୁଗ୍ମ ସମ୍ପାଦକ ସତ୍ୟରଂଜନ ଦାସ, କାଉନସିଲର ମୀନା ମହାନ୍ତି, ମୀତା ପଟ୍ଟନାୟକ, କବିତା ମୁର୍ମୁ, ମିରାଜ ବାନୋ, ପ୍ରୀତିଲତା ସେଠୀ, ରାଧାକୃଷ୍ଣ ଦାସ, ସଂଧ୍ୟାରାଣୀ ଜେନା, ସବିତାରାଣୀ ଦାସ, ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ଶୋଭା ମହାପାତ୍ର, ଶଶିରେଖା ମହାନ୍ତି, ଶେଖ ଆୟୁବ, ପଦ୍ମଲୋଚନ ଲେଙ୍କା, କାର୍ତ୍ତିକ ସାହୁ, ପୂର୍ବତନ କାଉନସିଲର ବିଶ୍ୱଜିତ ମହାପାତ୍ର, ସାକିର ଖାନ, ସଂଜୟ ବେହେରା, ଶେଖ ରାଜୁ, ଧନଞ୍ଜୟ ଜେନା, ଇତିକୃିଷ୍ଣା ସ୍ୱାଇଁ, ଜୋନାଲ ଯୁବ ସାଧାରଣ ସମ୍ପାଦକ ଧୀରେନ ନାୟକ, ଶେଖ ଅନସର, ଉମାଶଙ୍କର ତିଆଡ଼ି, ବିଭୁଦତ ପରିଡ଼ା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ