ସଦର ବ୍ଲକ କୁରାଡ଼ିହା ଗ୍ରାମପଞ୍ଚାୟତରେ ବିଜେଡ଼ିର ମିଶ୍ରଣପର୍ବ
ବାଲେଶ୍ୱର, (ସରୋଜ ପଣ୍ଡା):ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ଦଳ ପକ୍ଷରୁ ସେତିକି ପରିମାଣର ମିଶ୍ରଣ ପର୍ବ ମଧ୍ୟ ଚାଲିଛି । ଏହି ପରିପ୍ରେକ୍ଷୀରେ ଆଜି ସଦର ନିର୍ବାଚନମଣ୍ଡଳିର କୁରାଡ଼ିହା ପଂଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଧାୟକ ସ୍ୱରୂପ କୁମାର ଦାସ ଯୋଗ ଦେଇ ଅନ୍ୟ ଦଳରୁ ଆସିଥିବା ଦଳୀୟ କର୍ମୀମାନଙ୍କୁ ଫୁଲତୋଡ଼ା ଓ ଶଙ୍ଖ ଚିହ୍ନ ଥିବା ଉତରୀୟ ଦେଇ ସ୍ୱାଗତ କରିଥିଲେ । ବିଧାୟକ କହିଥିଲେ କି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଲ୍ୟାଣମୂଳକ ଯୋଜନାଗୁଡ଼ିକୁ ଗ୍ରାମାଂଚଳରେ କାର୍ଯ୍ୟକାରୀ କରିବା ଦିଗରେ ନୂତନ କର୍ମୀମାନେ ସହଯୋଗ କରିବା ଆବଶ୍ୟକ । ଗ୍ରାମାଂଚଳର ବିକାଶ ହେଲେ ରାଜ୍ୟର ତଥା ଦେଶର ବିକାଶ ହୋଇପାରିବ ଆଗାମୀ ଦିନରେ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ମୁଖ୍ୟମନ୍ତ୍ରୀ କରିବା ପାଇଁ ବିଜେଡ଼ିର ସଦର ନିର୍ବାଚନମଣ୍ଡଳି ପ୍ରାର୍ଥୀଙ୍କୁ ଜିତାଇବା ଲାଗି ସେ ଅନୁରୋଧ କରିଥିଲେ।କାର୍ଯ୍ୟକ୍ରମରେ ବିଜେଡ଼ି କୁରାଡ଼ିହା ଗ୍ରାମପଞ୍ଚାୟତ ସଭାପତି ଗୌରିଚନ୍ଦ୍ର ବାରିକ, ବିଜେଡ଼ି ଯୁବ ସଭାପତି ପ୍ରସନ୍ନ କୁମାର ବେହେରା, ସମିତି ସଭ୍ଯ ରାଜକିଶୋର ମହାଳିକ, ୱାର୍ଡମେମ୍ବର ଜୟନ୍ତୀ ଧଳ, ବରିଷ୍ଠ କର୍ମୀ ବାଦଲ କୁମାର ଧଳ,ଦେବେନ୍ଦ୍ର ଦାସ, ଗୟାଧର ମହାଳିକ ଉପସ୍ଥିତ ଥିଲେ।