ସନ୍ତୋଷପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଗଂଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ଅନ୍ତର୍ଗତ ସନ୍ତୋଷପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ତମ ବାର୍ଷିକ ଉତ୍ସବ ତଥା ଆରଆରଆର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ବିଇଓ ଭାଗିରଥି ବେହେରା, ବକ୍ତା ରୂପେ ଖଣ୍ଡିଦେଉଳି ସିଏଚସିର ଅଧିକକ୍ଷକ ଡାକ୍ତର ସୌମ୍ୟକାନ୍ତ ମହାପାତ୍ର, ସମ୍ମାନ ଅତିଥି ରୂପେ ଏବିଇଓ ବିଜୟ କୁମାର ବେହେରା, ସରପଞ୍ଚ କବିତା ସାହୁ, ସମିତି ସଭ୍ୟ କବିତା ରେଡ୍ଡୀ, ଜିଲ୍ଲାପରିଷଦ ସଭ୍ୟ ସସ୍ମିତା ସ୍ୱାଇଁ, ଯୋଗଦେଇଥିଲେ। ପୁର୍ବତନ ବିଇଓ ତ୍ରିଲୋଚନ ତ୍ରିପାଠୀ, ପୁର୍ବତନ ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପଣ୍ଡା, ସିଆରସିସି ଶରତଚନ୍ଦ୍ର ବେହେରା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲଡୁକିଶୋର ମହାରଣା ମଞ୍ଚାସିନ ଥିଲେ।ପ୍ରଧାନ ଶିକ୍ଷକ ସନାତନ ସ୍ୱାଇଁ ସଭାପତିତ୍ବ କରିଥିଲେ। ସହକାରୀ ଶିକ୍ଷକ ବସନ୍ତ ସାସମଲ ମଞ୍ଚପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଜ୍ୟୋତ୍ରିମୟୀ ବେହେରା ଓ ଚନ୍ଦ୍ରିକା ବେହେରା ସହଯୋଗ କରିଥିଲେ। ଏହି ଅବସରରେ  ବିଭିନ୍ନ କୃତୀପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ,କେ.ରାଜୁପତ୍ରଙ୍କୁ ଶ୍ରେଷ୍ଠ କବି ରୂପେ ସମ୍ମାନ କରିଥିଲେ। ଏହି ଅବସରରେ ପଠନ, ଲିଖନ, ଆବୃତି ଶିଶୁ କର୍ମଶାଳା ଅନୁଷ୍ଠିତ ହୋଇଥିଲା। ଶେଷରେ ବିଦ୍ୟାର୍ଥିଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ