ସବୁଠାରୁ ଛୋଟ ଲ୍ୟାପଟପ୍
ସବୁଠାରୁ ଛୋଟ ଲ୍ୟାପଟପ୍ଆପଣମାନେ କେବେ ଛୋଟ ଲାପ୍ଟପ୍ ଦେଖିଛନ୍ତି । ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଏହି ଲାପ୍ଟପ୍କୁ ତିଆରି କରିବା ପାଇଁ ପ୍ରାୟ ୭ ଦିନ ସମୟ ଲାଗିଥିଲା । ଏହାକୁ ତିଆରି କରିବା ପାଇଁ ୬ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ପ୍ୟାଲୁ କିଙ୍ଗର୍ ନାମକ ଜଣେ ଆଇଟି ଇଞ୍ଜିନିୟର ଏହି ଲ୍ୟାପଟପ୍କୁ ତିଆରି କରିଛନ୍ତି । ଏହାକୁ ବିଶ୍ୱର ସବୁଠାରୁ ଛୋଟ ଲ୍ୟାପଟପ୍ କୁହାଯାଏ । ଏହି ନିଆରା ଲ୍ୟାପଟପ୍ର ସ୍କ୍ରିନ୍ ମାତ୍ର ଏକ ଇଞ୍ଚ । ଏହାର ଡିସ୍ପ୍ଲେ ୦.୯୬ ସେଣ୍ଟିମିଟର । ଏହାକୁ ତିଆରି କରିଥିବା ଲେନୋଭାର ଥିଙ୍କ୍ପ୍ରାଡ୍ର ଏହାର ନାମ ‘ଥିଙ୍କ୍ ଟିନି’ ରଖିଛି । ବିଶ୍ୱର ସବୁଠାରୁ ଏହି ଛୋଟ ଲ୍ୟାପଟପ୍ରେ ସାଧାରଣ ଲ୍ୟାପଟପ୍ ଭଳି ସବୁ ବଟନ୍ ତଥା ସୁବିଧା ରହିଛି । ଏଥିôରେ ୩୦୦ ଏମ୍ଏଏଚ୍ର ବ୍ୟାଟେରୀ ମଧ୍ୟ ରହିଛି ଯାହାକି ଯାହା ଚାର୍ଜ ହୋଇପାରିବ । ଏହି ମିନି ଲ୍ୟାପଟପ୍ର ଏକ ଖାସ୍ କଥା ହେଉଛି ଯେ, ଏଥିରେ ଗେମ୍ ମଧ୍ୟ ଖେଳାଯାଇପାରିବ । ଏଥିପାଇଁ କି-ପ୍ୟାଡ୍ ମଝିରେ ନାଲି ରଙ୍ଗର ଟ୍ରାକ୍ ପଏଣ୍ଟ୍, ଷ୍ଟାଇଲ୍ କର୍ସର୍ କଣ୍ଟ୍ରୋଲର୍ ଦିଆଯାଇଛି ।