ଭିତ୍ତିଭୂମିର ପୁନରୁଦ୍ଧାର ପାଇଁ କୋଲ ଇଣ୍ଡିଆ ପକ୍ଷରୁ ୫୦ କୋଟି ଟଙ୍କା ପ୍ରଦାନ

ଭୁବନେଶ୍ୱର : ବାତ୍ୟା ଫନି ଯୋଗୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶକ୍ତି ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହାର ପୁନରୁଦ୍ଧାର ପାଇଁ ଆଜି କୋଲ ଇଣ୍ଡିଆ ଲିମିଟେଡ ପକ୍ଷରୁ ରାଜ୍ୟ ସରକାରଙ୍କ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କୁ (ଓଏସଡିଏମ୍ଏ) ୫୦ କୋଟି ୩୨ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଆଜି କୋଇଲା ମନ୍ତ୍ରଣାଳୟର ସଚିବ ସୁମନ୍ତ ଚୌଧୁରୀ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଛନ୍ତି । ଏହି ଅବସରରେ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଆଶିଷ ଉପାଧ୍ୟାୟ, କୋଲ ଇଣ୍ଡିଆର ଅଧ୍ୟକ୍ଷ ଏ. କେ. ଝା, ସ୍ୱତନ୍ତ୍ର ରିଲିଫ୍ କମିଶନର ପି. କେ. ଜେନା, ଓଡ଼ିଶା ଶକ୍ତି ସଚିବ ବିଷ୍ଣୁପଦ ସେଠୀ ଏବଂ ମହାନଦୀ କୋଲଫିଲଡସ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ବି.ଏନ୍ ଶୁକ୍ଳା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଶକ୍ତି ବିଭାଗର ଓପିଟିସିଏଲ୍ ଜରିଆରେ ଏହି ପୁନରୁଦ୍ଧାର କାର୍ଯ୍ୟ କରାଯିବ । ଏଥିରେ ପୁରୀ, ଭୁବନେଶ୍ୱର, କଟକ ଓ କୋଲ ଇଣ୍ଡିଆ କାର୍ଯ୍ୟକ୍ଷେତ୍ର ମଧ୍ୟରେ ଥିବା ଅଞ୍ଚଳ ଗୁଡ଼ିକରେ ଶକ୍ତି ଭିତ୍ତିଭୂମିର ଉନ୍ନତି ପାଇଁ ୩ଟି ୨୨୦ କେଭି ଓ ଦୁଇଟି ୧୩୨ କେଭି ଟ୍ରାନ୍ସମିସନ ଲାଇନ୍ ସ୍ଥାପନ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ